www.samajalive.in
Saturday, December 6, 2025
16.1 C
Bhubaneswar

ରାମଗଡ ପଞ୍ଚାୟତ; ମଇଦାନରେ ୩ଜଣ ସରପଞ୍ଚ ପ୍ରାର୍ଥୀ

ହରଭଙ୍ଗା: ପଞ୍ଚାୟତ ନିର୍ବାଚନକୁ ନେଇ ସବୁଠି ରାଜନୀତି ସରଗରମ। ନିଜ ପ୍ରାର୍ଥୀକୁ ଜିତାଇବା ପାଇଁ ସବୁଠି ଚାଲିଛି ରାଜନୈତିକ ପ୍ରତିଦ୍ୱନ୍ଦିତା। ଏହା ଭିତରେ ପ୍ରାର୍ଥୀମାନଙ୍କ ଚେହେରାକୁ ନେଇ ଅଙ୍କ କଷୁଛନ୍ତି ଭୋଟର। ଗତ ପାଞ୍ଚ ବର୍ଷର ବିକାଶକୁ ନେଇ ସବୁଠି ଚାଲିଛି ତର୍କବିତର୍କ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ରାମଗଡ ପଂଚାୟତ ଏକ ପୁରୁଣା ପଂଚାୟତ। ୧୯୭୦ ମସିହାରେ ଏହି ପଂଚାୟତ ଗଠନ ହୋଇଥିଲା। ପଂଚାୟତ ଗଠନକୁ ଏହା ଭିତରେ ୫୦ ବର୍ଷ ପୂର୍ତ୍ତି ହୋଇସାରିଛି। ତଥାପି ପଂଚାୟତରେ ସେଭଳି ଆଖିଦୃଶିଆ ବିକାଶ ହୋଇନଥିବା ଦେଖିବାକୁ ମିଳିଛି। ପଂଚାୟତଟି ମହାନଦୀ କୂଳରେ ଥିବା ସତ୍ତ୍ବେ ଆଜି ବି ପଂଚାୟତବାସୀଙ୍କୁ ମହାନଦୀର ପିଇବା ପାଣି ମିଳୁନାହିଁ। ଅନେକ ଗାଁକୁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଅପହଞ୍ଚ ହୋଇରହିଛି। ସରକାରୀ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଉନ୍ନୟନ କାମ ହେଉଥିଲେ ମଧ୍ୟ ଏଠି ଶ୍ରମିକ ପରିବାର ବିକାଶ ବଦଳରେ ବ୍ୟକ୍ତିଗତ ବିକାଶ ପଂଚାୟତରାଜ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ମନରେଗା ଭଳି ଶ୍ରମଭିତିକ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା କଣ ଲୋକ ଜାଣନ୍ତି ନାହିଁ। ବନ୍ୟାରେ ପଂଚାୟତର ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ କରୁଥିଲେ ମଧ୍ୟ ଏହାର ସୁରକ୍ଷା ଚିନ୍ତା କାହା ମୁଣ୍ଡରେ ପଶେନାହିଁ। ମହାନଦୀ ତଟରେ ଥିବା ଗାଁଗୁଡିକ ପ୍ରତିବର୍ଷ ବନ୍ୟାରେ ପ୍ରଭାବିତ ହେଉଥିଲେ ମଧ୍ୟ ଏମାନଙ୍କ ଥଇଥାନ, ସୁରକ୍ଷା କଥା ଚିନ୍ତା କରାଯାଇନାହିଁ। ସେହିପରି ଚାଷ ପଂଚାୟତବାସୀଙ୍କ ମୁଖ୍ୟ ଜୀବିକା ହୋଇଥିଲେ ମଧ୍ୟ ଏଠାରେ ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପ ଏଯାବତ୍‍ କାର୍ଯ୍ୟକାରୀ ହୋଇନାହିଁ। ପଂଚାୟତର ଉଆଁଲକୁ ଆଦର୍ଶ ଗ୍ରାମରେ ସାମିଲ କରାଯାଇଥିଲେ ମଧ୍ୟ ଆଦର୍ଶ ଗାଁକୁ ପିଇବା ପାଣି ଟୋପାଏ ବ୍ୟବସ୍ଥା କରାଯାଇନାନହିଁ। ଏଭଳି ସମସ୍ୟା ଯୋଗୁଁ ପଂଚାୟତବାସୀଙ୍କ ଆଶାନୁରୂପ ବିକାଶ ହୋଇପାରିନାହିଁ। ୧୦ଟି ରାଜସ୍ୱ ଗ୍ରାମର ୧୪ଟି ଓାର୍ଡକୁ ନେଇ ରାମଗଡ ପଂଚାୟତ ଗଠିତ। ଏହି ପଂଚାୟତରେ ୧୨୪୪ ପରିବାରରେ ୫ହଜାର୫୨୯ ଜଣ ଲୋକ ବସବାସ କରନ୍ତି। ସେଥିରୁ ଅନୁସୂଚିତଜାତି ବର୍ଗର ୧୯୫୨ଜଣ, ଅନୁସୂଚିତଜନଜାତି ବର୍ଗର ମାତ୍ର ୨୩ଜଣ, ଏବଂ ଅନ୍ୟାନ୍ୟ ବର୍ଗର ୩୫୫୪ଜଣ ବସବାସ କରନ୍ତି। ଚଳିତ ପଂଚାୟତ ନିର୍ବାଚନରେ ସରପଞ୍ଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥର ସରପଞ୍ଚ ଆସନ ପାଇଁ ପ୍ରବାସିନୀ ଯୋଶୀ, ରଶ୍ମିତା କ୍ଷେତି, ସୁଜାତା ପ୍ରଧାନ ଭଳି ତିନିଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସମସ୍ତେ ପଂଚାୟତର ବିକାଶ ମୁଦା ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ଭୋଟର କାହାକୁ କିଭଳି ଗ୍ରହଣ କରୁଛନ୍ତି ତାକୁ ନେଇ ରାମଗଡରେ ଅଙ୍କକଷା ଜୋରଧରିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories