www.samajalive.in
Tuesday, December 9, 2025
17.1 C
Bhubaneswar

ସଚିନ, ଧୋନିଙ୍କ ସହ ସମକକ୍ଷ ହେବେ କୋହଲି

ଅହମ୍ମଦାବାଦ, : ବୁଧବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳିବା ସହ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିବେ। ୫ମ ଭାରତୀୟ କ୍ରିକେଟର ଭାବେ ଘରୋଇମାଟିରେ ୧୦୦ ଦିନିକିଆ ମ୍ୟାଚ୍‌ ଖେଳିବେ। ପୂର୍ବରୁ ସଚିନ ଭାରତମାଟିରେ ୧୬୪ଟି, ମହେନ୍ଦ୍ର ସିଂହ ଧୋନି ୧୨୭ଟି, ମହମ୍ମଦ ଆଝାରୁଦ୍ଦିନ ୧୧୩ଟି ଓ ଯୁବରାଜ ସିଂହ ୧୦୮ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଅଦ୍ୟାବଧି ଭାରତମାଟିରେ ୯୯ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବିରାଟ କୋହଲି ରବିବାର ପ୍ରଥମ ଦିନିକିଆରେ ମଧ୍ୟ ଏକ କୀର୍ତ୍ତିମାନ ହାସଲ କରିଥିଲେ। ଘରୋଇମାଟିରେ ୫୦୦୦ ଦିନିକିଆ ରନ୍‌ ସ୍କୋର୍‌ କରିବାରେ କୋହଲି ଦ୍ରୁତତମ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ହୋଇଥିଲେ। ଏହି କ୍ରମରେ ସେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିଥିଲେ। କୋହଲି ରବିବାର ତାଙ୍କର ୯୬ତମ ଦିନିକିଆ ଇନିଂସରେ ଖେଳି ୫୦୦୦ ରନ୍‌ ପୂରଣ କରିଥିଲେ। କୋହଲି ଅଦ୍ୟାବଧି ମୋଟ ୨୫୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ବିଦେଶରେ ୧୫୯ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories