www.samajalive.in
Monday, December 8, 2025
27.1 C
Bhubaneswar

ଅଦା କିଲୋ ୫ ଟଙ୍କା ହତାଶ ହେଉଛି ଚାଷୀ- ଅଲୋଡା ହେଲାଣି କୋରାପୁଟ ‘ଅଦା’

ନନ୍ଦପୁର(ନିପ୍ର): କୋରାପୁଟ ଜିଲାର ପାଣି, ପବନ ଓ ପାହାଡ଼ିଆ ମାଟିରେ ପ୍ରବଳ ଅଦା ଅମଳ ହେଉଛି। କେନ୍ଦ୍ର ସରକାର ଗତ ଦିନରେ ଅଦାକୁ କୋରାପୁଟ ଜିଲାର ଏକକ ଚାଷର ମାନ୍ୟତା ଦେଇଛନ୍ତି। ବ୍ଲକ୍, ଜିଲା ଓ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ, ଓରମାସ ଓ ନିୟନ୍ତ୍ରିତ ବଜାର କମିଟି ଦ୍ବାରା କିଣାବିକା କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଉଦ୍ୟୋଗ (ପିଏମଏସଇ) ଯୋଜନାରେ ଅନ୍ତର୍ଭୁକ୍ତ କରି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ଚାଷୀଙ୍କୁ ନିଜ ନିଜ ଅଞ୍ଚଳରେ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ନିର୍ଦେଶ ହୋଇଛି। କିନ୍ତୁ କିଣାବିକା ପାଇଁ ବଜାର, ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ବିଭାଗ ବିଭାଗ ମଧ୍ୟରେ ତାଳମେଳ ନରହି କାଗଜକଲମରେ ଯୋଜନା ରହିଯାଇଛି। ଫଳତଃ ଅମଳ କରୁଥିବା ଚାଷୀ ଉପଯୁକ୍ତ ବଜାର ନପାଇ ଅଦାର ଅଭାବି ବିକ୍ରିର ଶିକାର ହୋଇଛି। ବିହନ କିଣିଲା ବେଳକୁ କିଲୋକୁ ଶହେ ଟଙ୍କା । ଚାଷବାସ, ଜଗାରଖା କରି ଅମଳ କରି ବିକିଲା ବେଳକୁ କିଲୋ ୫ ଟଙ୍କା। ହାଟ ଓ ବଜାରରେ ପାହାଡ ଭଳି ଅଦା। କିନ୍ତୁ କିଣିବାକୁ ଗ୍ରାହକ ନାହଁାନ୍ତି। ଏଭଳି ଘଟଣା ନନ୍ଦପୁର ବ୍ଲକ ସମେତ କୋରାପୁଟ ଜିଲାର ସବୁଆଡେ ଦେଖିବାକୁ ମିଳୁଛି। ଓରମାସ ନିରବ ବସିଥିବା ବେଳେ ନିୟନ୍ତ୍ରିତ ବଜାର କମିଟିର କିଛି ପଞ୍ଜୀକୃତ ବେପାରୀ ନିଜ ଇଚ୍ଛାରେ ଅଦାର ଦରଦାମ ନିୟନ୍ତ୍ରଣ ଓ କିଣାବିକା କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ସମ୍ପର୍କେ ଆରଏମସି ସମ୍ପାଦକ ଅରୁଣକୁମାର ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବାହାର ରାଜ୍ୟର ଅଦା ଓଡ଼ିଶାକୁ ପ୍ରବେଶ କରିବା ଓ ଅନ୍ୟ ରାଜ୍ୟରେ ଅଦାର ଚାହିଦା କମ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି। ନନ୍ଦପୁର ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ଦେବାଶିଷ ମହାନ୍ତି ଓ ଜିଲା ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ରଞ୍ଜନକୁମାର ପଣ୍ଡାଙ୍କ ସୂଚନା ମୁତାବକ କେବଳ ନନ୍ଦପୁର ବ୍ଲକ ଅଞ୍ଚଳରେ ୭୦୦ରୁ ଅଧିକ ହେକ୍ଟର ଜମିରେ ଅଦାଚାଷ କରାଯାଇଛି। ଅମଳ ଅଧିକା ହେବ ଜାଣି ନନ୍ଦପୁର ଅଞ୍ଚଳର ୪ ପଞ୍ଚାୟତରେ ଅଦାର ବିଭିନ୍ନ ପ୍ରକ୍ରିୟାକରଣ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲୁ। ପିଏମଏସଇ ଯୋଜନାରେ ଅତଣ୍ଡା ପଞ୍ଚାୟତର ଗୋପୀ ଖିଲ, ଗୋଲୁର ପଞ୍ଚାୟତର ଜଳନ୍ଧର ଗୋଲରି, ରାଇସିଙ୍ଗ ପଞ୍ଚାୟତର ଜଗନ୍ନାଥ ହନ୍ତାଳ ଓ ଜଗବନ୍ଧୁ ଚେଟି, ପାନ୍ଥଲୁଙ୍ଗ ପଞ୍ଚାୟତର ଗୋପାଳ ତାଙ୍ଗୁଲୁଙ୍କ ନାମ ସାମିଲ କରି ଅଦାରୁ ଶୁଣ୍ଠି ଓ ଚକୋଲେଟ ପ୍ରସ୍ତୁତ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ବିଭାଗ ତରଫରୁ ଜିଲା ଡିଆଇସି ମାଧ୍ୟମରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ୍ ବାଲଡ଼ା ଓ ଉତ୍କଳ ଗ୍ରାମ୍ୟବ୍ୟାଙ୍କକୁ ଋଣ ମଞ୍ଜୁରୀ ନିମନ୍ତେ ଦିଆଯାଇଥିଲା। କିନ୍ତୁ ଋଣମଞ୍ଜୁରୀ ହୋଇନଥିବାରୁ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ପାରିଲାନି। ଚାଷୀଙ୍କ କଞ୍ଚାମାଲ ଆମ ଅଞ୍ଚଳରେ ବିନିଯୋଗ ନହୋଇ ବାହାର ରାଜ୍ୟ ଓ ବେପାରୀଙ୍କ ଦ୍ବାରା ଅଭାବି ବିକ୍ରି ହେଉଛି ବୋଲି କହିଛନ୍ତି। ଋଣ ମଞ୍ଜୁର ନହେବା କାରଣ ସମ୍ପର୍କେ ବାଲଡ଼ା ଷ୍ଟେଟ ବ୍ୟାଙ୍କ ପରିଚାଳକ ମାନସ ରଞ୍ଜନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଜିଲା ଡିଆଇସି ତରଫରୁ ପ୍ରକଳ୍ପ ନିମନ୍ତେ ଋଣ ଅନୁମୋଦନ ପାଇଁ ପତ୍ର ଆସିଥିଲା। କିନ୍ତୁ ସେଥିରେ ଚାଷୀ ତଥା ଉଦ୍ୟୋଗୀଙ୍କ ନିମିତ୍ତ ଥିବା ରିହାତି ସମ୍ପର୍କେ କୌଣସି ବ୍ୟବସ୍ଥା ନଥିବାରୁ ତାହାର ପୁନଃ ଅଟକଳ କରିବାକୁ ଆମେ ଡିଆଇସି କର୍ତ୍ତୃପକ୍ଷଙ୍କୁ ପଠାଇ ଦେଉଛୁ ବୋଲି କହିଛନ୍ତି। ବିଭାଗ ବିଭାଗ ମଧ୍ୟରେ ତାଳମେଳ ରହିଲେ ପିଏମଏସଇ ଯୋଜନାର ସୁଫଳ ଅଦାଚାଷୀ ପାଇବେ ଓ ଅଞ୍ଚଳର ଉନ୍ନତି ହେବ ବୋଲି ମତ ପ୍ରକାଶ ପାଇଛି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories