www.samajalive.in
Monday, December 8, 2025
14.1 C
Bhubaneswar

ବିଜେଡି ଶାସନରେ ବିପଦରେ ଗଣତନ୍ତ୍ର: ସମୀର ମହାନ୍ତି

ସମ୍ବଲପୁର: ରାଜ୍ୟରେ ଶାସକ ଦଳ ବିଜୁ ଜନତା ଦଳର ଶାସନରେ ଗଣତନ୍ତ୍ର ବିପଦରେ ରହିଥିବା ଅଭିଯୋଗ ଭାରତୀୟ ଜନତା ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶାସକ ଦଳ ଉପରେ ଷଣ୍ଢୁଆସି ଆକ୍ରମଣ କରି ସଭାପତି ମହାନ୍ତି କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଆଇନ ବ୍ୟବସ୍ଥା ଭୂଷୁଡି ପଡ଼ିଥିବା ବେଳେ ହତ୍ୟା ସମେତ ଅନ୍ୟାନ୍ୟ ଅପରାଧିକ ଘଟଣା ମାନ ବୃଦ୍ଧି ହୋଇ ଚାଲିଛି। ସଙ୍ଗୀନ ହତ୍ୟା ଓ ଅନ୍ୟାନ୍ୟ ଅପରାଧିକ ଘଟଣା ଗୁଡିକରେ ରାଜ୍ୟର ମନ୍ତ୍ରୀ ମାନଙ୍କର ହାତ ରହିଥିବା ଏବଂ ଅପରାଧି ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାର ଅଭିଯୋଗ ସଭାପତି ମହାନ୍ତି କରିଛନ୍ତି। ରାଜ୍ୟ ଶାସକଦଳ ପାଇଁ ଗଣତାନ୍ତ୍ରିକ ବ୍ୟବସ୍‍୍ୟା ସମ୍ପୁର୍ଣ୍ଣ ରୂପେ ବିଫଳତାର ଦ୍ୱାରଦେଶରେ ରହିଛି।

ବିଜଦ ଦ୍ୱାରା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପ୍ରଶାସନ ଓ ପୁଲିସ ଅଧିକାରୀ ମାନଙ୍କୁ ବ୍ୟବହାର କରାଯାଉଛି। ମହିଳା, ଶିଶୁ ଓ ସାଧାରଣ ଜନତାଙ୍କ ଜୀବନଯାପନ କରିବାର ଦୁରୁହ ହୋଇ ପଡ଼ିଥିବା ବେଳେ ସମସ୍ତେ ନିଜର ସୁରକ୍ଷାକୁ ନେଇ ଚିନ୍ତିତ। ମମିତା ମେହେର ହତ୍ୟାକାଣ୍ଡ ଘଟଣାର ୪ ମାସ ବିତିଯିବା ସତ୍ୱେ ଏବେ ମଧ୍ୟ ପରିବାର ନ୍ୟାୟ ଅପେକ୍ଷାରେ ରହିଛି। ଏହି ଘଟଣାରେ ଅଙ୍ଗୁଳି ଉଠୁଥିବା ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ତାଙ୍କୁ ସୁରକ୍ଷା ପ୍ରଦାନ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି। ଚାଷୀ ମାନଙ୍କ ଦ୍ୱାରା ଉତ୍ପାଦିତ ଫସଲ ଗୁଡିକର କିଣାବିକା ପ୍ରକ୍ରିୟାକୁ ଜଟିଳ କରାଯାଇ ସେମାନଙ୍କୁ ଲୁଟ କରାଯିବାର ପ୍ରୟାସ ଜାରି ରହିଛି। ପଶ୍ଚିମ ଓଡ଼ିଶାର ଚାଷୀ ମାନେ ନିଜର କଷ୍ଟାର୍ଜିତ ଫସଲ ଧାନକୁ ବିକ୍ରି କରିବାରେ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳ ବିକାଶ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଗୁଡିକରେ ଆବଣ୍ଟିତ ପାଣ୍ଠି ଗୁଡିକୁ ରାଜ୍ୟ ଶାସକ ଦଳ ଦ୍ୱାରା ହରିଲୁଟ କରାଯାଉଛି।

- Advertisement -

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ନିତି କରି ଗରିବ ବାସହୀନଙ୍କୁ ପ୍ରତାରିତ କରାଯାଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜଦ ଦ୍ୱାରା ନିର୍ବାଚନ ଙ୍କ ନିର୍ଦ୍ଦେଶାନାମା ଓ ନିୟମାବଳୀ ଗୁଡିକୁ ଉଲ୍ଲଂଘନ କରାଯାଉଛି ବୋଲି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପ ସଭାପତି ନାଉରୀ ନାୟକ, ଜିଲା ସଭାପତି ଗିରିଶ ପଟେଲ, ଦେବେନ୍ଦ୍ର ମହାପାତ୍ର, ମାନସ ବକ୍ସୀ, ସଞ୍ଜୟ ଷଡଙ୍ଗୀ, ସମୀର ରଞ୍ଜନ ବାବୁଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories