www.samajalive.in
Sunday, December 14, 2025
26.1 C
Bhubaneswar

ବୈଦିପାଲି ଗାଁରେ ଫୁଟିଲା ଗୁଳି: ଲୋକେ ଆତଙ୍କିତ, ଭୋଟ୍‍ ବର୍ଜନ ଚେତାବନୀ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ରବିବାର ମଧ୍ୟ ରାତ୍ରିରେ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଏହି ଘଟଣା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ମୁଖା ପିନ୍ଧା ଲୋକେ ଗୁଳି ଚଳାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି। ଏ ସଂପର୍କରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ସେହିପରି ଭୟଭୀତ ଗାଁ ଲୋକେ ଭୋଟ ବର୍ଜନ ଚେତାବନୀ ବି ଦେଇଛନ୍ତି।

ଅଭିଯୋଗକାରୀ ଶ୍ରୀ ସାହୁଙ୍କ କହିବା ଅନୁସାରେ, ରବିବାର ରାତିରେ ସେ ଓ ତାଙ୍କ ପରିବାର ଲୋକେ ଖାଇ ସାରିବା ପରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ୫୫ ବେଳକୁ ବୈଦିପାଲି ସ୍ଥିତ ତାଙ୍କ ଘରର ବାଟ ମୁହଁରେ ଜଣେ ବ୍ୟକ୍ତି ସାହୁ ବାବୁ…ସାହୁ ବାବୁ ବୋଲି ୧୦ରୁ ୧୫ ଥର ଡାକିଥିଲେ। କାରଣ କାହାର ବାଇକ ଖରାପ ହେଲେ କି ପେଟ୍ରୋଲ ସରିଯାଇଥିଲେ ତାଙ୍କୁ ଲୋକେ ଉଠାନ୍ତି। ସେଥିପାଇଁ କେହି କିଛି ଅସୁବିଧାରେ ପଡିଥାଇପାରେ ଭାବି ଶ୍ରୀ ସାହୁ ଘରର ସମ୍ମୁଖ ପଟୁ ନବାହାରି ପଛପଟୁ ବାହାରିଥିଲେ। ଏତିକି ବେଳେ ସେ ଦେଖିଥିଲେ ଯେ ଜଣେ ବାଇକ୍‍ରେ ଛିଡ଼ା ହୋଇଛନ୍ତି। ଘର ସାମ୍ନାକୁ ଆସିବା ପରେ ସାହୁ ବାବୁ…ସାହୁ ବାବୁ ଡାକ ଦେଉଥିବା ମୁଖା ପିନ୍ଧା ବ୍ୟକ୍ତି ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଭୟଭୀତ ହୋଇ ଶ୍ରୀ ସାହୁ ତଳେ ଶୋଇ ପଡିବା ସହ ଚିତ୍କାର କରିଥିଲେ। ଏହାପରେ ଗୁଳି ଚଳାଇଥିବା ଓ ବାଇକରେ ଥିବା ଯୁବକ ବାଇକରେ ଫେରାର ହୋଇଯାଇଥିଲେ। ଘଟଣାର କିଛି ସମୟ ପରେ ବୈଦିପାଲିର ବିଶ୍ୱମିତ୍ର ପ୍ରଧାନ, ରତନ ବରିହା, ସୁଦାମ ମହାକୁଡ ପ୍ରମୁଖଙ୍କ ସହ ଅନ୍ୟମାନେ ସେଠାରେ ଏକତ୍ରିତ ହୋଇଥିଲେ। ଶ୍ରୀ ସାହୁଙ୍କ ସୂଚନା ଅନୁସାରେ ପୂର୍ବରୁ ସେ କଂଗ୍ରେସ ଦଳରେ ଥିଲେ। ଗଲା ୪ ମାସ ହେବ ବିଜେଡି ଦଳ ପାଇଁ ସେ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରୁଛନ୍ତି। ଜଣେ ଜିଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚ ପାଇଁ ସେ ପ୍ରଚାରରେ ଲାଗିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ଉପରେ ଗୁଳି ଚଳାଯାଇଥିବା ଆଶଙ୍କା କରୁଛନ୍ତି ଗାଁ ଲୋକେ। ସୋମବାର ଏସଂପର୍କରେ ସଦର ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀ ସାହୁ। କେଉଁମାନେ ଓ କାହିଁକି ଗୁଳି ଚଳାଇଥିଲେ ତାହାର ତଦନ୍ତ କରି ବାହାର କରିବାକୁ ଗାଁ ଲୋକେ ପୁଲିସ ସମ୍ମୁଖରେ ଦାବି ରଖିଛନ୍ତି। ପୁଲିସ ସରଜମିନ ତଦନ୍ତ କରି ଫେରିଛି। ଗୁଳି ଫୁଟାଇଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ ଛାନଭିନ ବେଳେ ଗୁଳିର ଖୋକା ପାଇନି ପୁଲିସ। ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜି ବାହାର ନକଲେ ଗାଁ ଲୋକେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories