www.samajalive.in
Saturday, December 13, 2025
26.1 C
Bhubaneswar

ସମାଜ ପରିବର୍ତ୍ତନରେ ଗଣମାଧ୍ୟମରେ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

ଜି.ଉଦୟଗିରି : ସରକାରଙ୍କୁ ବିରୋଧ କରେ ନାହିଁ, ସରକାରୀ କାର୍ଯ୍ୟକୁ ସମୀକ୍ଷା କରେ, ରବିବାର ଜି.ଉଦୟଗିରି ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ‘ସମାଜ ପରିବର୍ତ୍ତନରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବେ ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଯୋଗଦେଇ ଏହି ମତ ବ୍ୟକ୍ତ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ସମାଜ ପରିବର୍ତ୍ତନରେ ଗଣମାଧ୍ୟମରେ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କିନ୍ତୁ ସେମାନଙ୍କ ପାଇଁ ସଂସ୍ଥାର ଅଙ୍କୁଶ ଲାଗିଥିବାରୁ ସେମାନେ ଯେଉଁ ଢ଼ଙ୍ଗରେ ସମ୍ବାଦ ପରିବେଷଣ କରିବା କଥା ସେଭଳି ସମ୍ବାଦ ପରିବେଷଣ କରିପାରୁନାହାନ୍ତି । ଏଥିପାଇଁ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀ ବାଛି ଅଞ୍ଚଳର ବିକାଶରେ ସହଭାଗିତା କରାଇବାର ସମୟ ଆସିଛି।  ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରର ଗଣମାଧ୍ୟମ ପ୍ରତିନିଧି ଅଞ୍ଚଳରେ ପ୍ରକୃତ ହିତାଧିକାରୀ ଭତ୍ତା, ଆବାସ ଯୋଜନା ଓ ସରକାରଙ୍କ ବିଭିନ୍ନ ପ୍ରକାରର ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନତା କରାଇ ପାରିଲେ ସମାଜ ପରିବର୍ତ୍ତନ ହୋଇପାରିବ କାରଣ ଆମେ ସରକାରଙ୍କ ନିକଟରେ ଉତ୍ତରଦାୟୀ ନୋହୁଁ, ଲୋକଙ୍କ ପାଖରେ ଉତ୍ତରଦାୟୀ ବୋଲି ମତ ପ୍ରକାଶ କରିଥିଲେ। ସମୀର କୁମାର ପାଢୀଙ୍କ ସଭାପତିତ୍ବରେ ଆୟୋଜିତ ତଥା ସ୍ବେଛାସେବୀ ସଙ୍ଗଠନ “ଓ୍ବାର୍ଡ” ସହାୟତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅନ୍ୟତମ ଅତିଥି ଭାବେ ବରୀଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସୁବାଷ ଚନ୍ଦ୍ର ପ୍ରଧାନ, ସନ୍ତୋଷ ଦାସ, ରାମକୃଷ୍ଣ ଚୌଧୁରୀ, ପ୍ରତାପ ଚନ୍ଦ୍ର ପାଢୀ, ବଟକୃଷ୍ଣ ଦାସ, ଅରୁଣ ଷଡଙ୍ଗୀ, ଆଶୁତୋଷ ସାହୁ ମଞ୍ଚାସୀନ ଥିଲେ।
ପୂର୍ବରୁ ଖବର ସଂଗ୍ରହ କରିବାକୁ ଯାଇ ମାଓ ଲ୍ୟାଣ୍ଡମାଇନ୍ ବିଷ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ବାଳ ଓ କୋକିଳୀ କଣ୍ଠି ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବଟକୃଷ୍ଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅରୁଣ ଷଡଙ୍ଗୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।  କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ସୂରେଶ ଚନ୍ଦ୍ର ପାଇଟାଳଙ୍କୁ ଶିକ୍ଷକ ସୌରଭ ସମ୍ମାନରେ ମୂଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଳକରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ। ଶେଷରେ ରାମକୃଷ୍ଣ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories