www.samajalive.in
Sunday, December 14, 2025
23.1 C
Bhubaneswar

ଫେରାର ଅଭିଯୁକ୍ତ ଅନ୍ୟତ୍ରଯାଇ କରିଥିଲେ ଚା’ ଓ ଜଳଖିଆ ଦୋକାନ, ୱାରେଣ୍ଟ ବଳରେ ଗିରଫ କଲା ଅତାବିରା ପୁଲିସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅଧୀନରେ ଅପରାଧ ଘଟାଇବାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ୨ ଅଭିଯୁକ୍ତ। ସେମାନଙ୍କୁ ଧରିବା ପାଇଁ ଅତାବିରା ପୁଲିସ ପକ୍ଷରୁ ଜାରି କରିଥିଲା ୱାରେଣ୍ଟ, କିନ୍ତୁ ସେମାନଙ୍କର କୌଣସି ଖୋଜଖବର ପୁଲିସ ହାତରେ ଲାଗିନଥିଲା। ଇତି ମଧ୍ୟରେ ଫେରାର ଅଭିଯୁକ୍ତ ଅନ୍ୟତ୍ର ଯାଇ ଜୀବନଯାପନ ଶୈଳୀରେ ସୁଧାର ଆଣିଥିଲେ। ଅନ୍ୟ ଜାଗାରେ ଜଣେ ଅଭିଯୁକ୍ତ ଚା’ ଦୋକାନ ଓ ଅନ୍ୟ ଜଣେ ଜଳଖିଆ ଦୋକାନ ଦେଇ ଜୀବନ ନିର୍ବାହ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅତାବିର ପୁଲିସ ୱାରେଣ୍ଟ ବଳରେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୃଥକ୍ ପୃଥକ୍ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଏହି ୨ଜଣ ଅଭିଯୁକ୍ତଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। କିନ୍ତୁ ପୁଲିସ ଆଖିରେ ଧୁଳିଦେଇ ଏମାନେ ଆରାମରେ ବୁଲୁଥିଲେ। ଆଜି ସେହି ୨ଜଣ ଅଭିଯୁକ୍ତଙ୍କୁ ଅତାବିରା ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସେମାନେ ହେଲେ ଅତାବିରା ଥାନା ଅନ୍ତର୍ଗତ କୋକେଇତିରାର ଶଙ୍କର ମେହେର (୩୭) ଓ ଅନ୍ୟ ଜଣେ ହେଲେ ପହାଶ୍ରୀଗିଡ଼ା ଦଶାଡ଼ି ବ୍ରିଜର ବଦ୍ରି ସାହୁ(୩୫)। ପୁଲିସର ସୂଚନା ଅନୁଯାୟୀ ଶଙ୍କର ମେହେର ଗତ ୨୦୧୩ ମସିହାରେ ଏକ ନାବାଳିକାକୁ ଦୁର୍ବ୍ୟବହାର କରି ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ତାଙ୍କ ବିରୁଦ୍ଧରେ ପୋକ୍ସୋ ଧାରାରେ କେସ ନଂ ୩୩୩/୧୩ ରେ ଏକ କେସ ରୁଜୁ ହୋଇଥିଲା। ତେବେ ଦୀର୍ଘ ୮ ବର୍ଷ ଧରି ସେ ଲୁଚି ଟିଟିଲାଗଡରେ ଚା’ ଦୋକାନ ଖୋଲି ସେଠାରେ ରହିଆସୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଅତାବିରା ପୁଲିସ ଛଦ୍ମ ବେଶରେ ଯାଇ ତାକୁ ଆଜି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଠିକ୍ ସେହିପରି ପାହାରଶ୍ରୀଗିଡାର ବଦ୍ରି ସାହୁ ଗତ ୨୦୧୪ ମସିହାରେ ମାରପିଟ୍ ତଥା ଗଣ୍ଡଗୋଳ କରି ଫେରାର ହୋଇଯାଇଥିଲା। ବଦ୍ରି ବିରୁଦ୍ଧରେ ମଧ୍ୟ କେସ ନଂ ୧୧୨୦/୧୪ରେ ଏକ କେସ ରୁଜୁ ହୋଇ ୱାରେଣ୍ଟି ଜାରି ହୋଇଥିଲା। ଦୀର୍ଘ ସାତ ବର୍ଷ ଧରି ସେ ବଲାଙ୍ଗୀର ଜିଲା ବେଳପଡ଼ା ଠାରେ ଜଳଖିଆ ଦୋକାନ କରି ବିନ୍ଦାସ୍ ରହିଆସୁଥିଲା। ପୁଲିସ ଖୋଜଖବର କରି ଆଜି ତାକୁ କଣ୍ଟାବାଞ୍ଜି ଠାରେ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories