www.samajalive.in
Wednesday, December 10, 2025
26.1 C
Bhubaneswar

୨୭ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ମହୁଲପାଟି ପଂଚାୟତ ଅନ୍ତର୍ଗତ ମଲ୍ଲିକଦର ତୁରକେଲାରୋଡ଼ ଷ୍ଟେସନ ରାସ୍ତାରେ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ବେଳେ ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା, ୯ ଜଣ ପୁରୁଷ ଥିବା ପୁଲିସ ସୂଚନା ଦେଇଛି। ଏହି ଶ୍ରମିକମାନଙ୍କୁ ରାଜ୍ୟ ବାହାର ତେଲେଙ୍ଗାନାର କରିମନଗରକୁ ପଠାଇବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲା। ଏହି ଶ୍ରମିକମାନେ ତୁରେକେଲା ଥାନା ଅନ୍ତର୍ଗତ ଗଭରା, ସାନ ଡାକଲା ଓ ତେତେଲଖୁଣ୍ଟି ଅଞ୍ଚଳର ହୋଇଥିବା ବେଳେ ସର୍ଦାର ଗଭରା ଗାଁର ଜଗଦୀଶ ଖୁରାକୁ ପୁଲିସ ଗିରଫ କରିବା ସହ, ବେଆଇନ ଶ୍ରମିକ ଚାଲାଣ ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଣୟ ମୁର୍ମୁ ଏକ ମାମଲା ରୁଜୁ କରି ଜଗଦୀଶକୁ କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ କୁ ଆଜି ଅପରାହ୍ନ ଚାଲାଣ କରିଛି। ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆ ଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories