www.samajalive.in
Monday, December 8, 2025
13.1 C
Bhubaneswar

ତେଲେଙ୍ଗାନା ଅନର କିଲିଂ ପଛରେ ଆଇଏସ୍‍ଆଇ ଲିଙ୍କ!

ନାଲଗୋଣ୍ଡା/ତେଲେଙ୍ଗାନା: ଅନ୍ୟ ଜାତିରେ ବିବାହ କରିଥିବା ଯୁବକଙ୍କୁ ନିର୍ମମ ହତ୍ୟା ପଛର ଘଟଣାର ରହସ୍ୟ ଖୋଲିଛି ବିହାର ପୁଲିସ୍‍। ହତ୍ୟା ପଛରେ ଆଇଏସ୍‍ଆଇ ଲିଙ୍କ ଥିବା ବିହାର ପୁଲିସ ଦାବି କରିଛି। ହତ୍ୟା ପାଇଁ ୧ କୋଟି ଟଙ୍କାର ସୁପାରି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ବିହାର ପୁଲିସ ୭ ଜଣଙ୍କୁ ଗିରଫ କରିଛି।
ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ମିରୟାଲଗୁଡା ଟାଉନ୍‍ରେ ୨୩ ବର୍ଷ ବୟସ୍କ ଇଞ୍ଜିନିୟର ପ୍ରଣୟ କୁମାର ତାଙ୍କ ଗର୍ଭବତୀ ପତ୍ନୀ ଅମୃତା ବର୍ଷିନୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ହଠାତ ପଛପଟରୁ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ପ୍ରଣୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ପ୍ରଣୟଙ୍କ ମୃତ୍ୟୁ ଘଟିଥିଲା। ହସ୍ପିଟାଲ୍‍ ସିସିଟିଭିରେ ଏହି ଘଟଣା ରେକର୍ଡିଂ ହୋଇଛି।
ପ୍ରଣୟ ଓ ଅମୃତାଙ୍କ ମଧ୍ୟରେ ସ୍କୁଲ୍‍ ସମୟରୁ ପ୍ରେମ ସମ୍ପର୍କ ଥିଲା। ପ୍ରଣୟ ଅନୁସୂଚିତ ଜାତିର ହୋଇଥିବା ବେଳେ ଅମୃତା ବୈଶ୍ୟ ଜାତିର। ଦୁଇ ପକ୍ଷର ପରିବାର ଏହି ବିବାହକୁ ବିରୋଧ କରୁଥିଲେ। ପରବର୍ତ୍ତୀ ସମୟରେ ପ୍ରଣୟଙ୍କ ପରିବାର ବିବାହକୁ ଅନୁମତି ଦେଇଥିଲେ ମଧ୍ୟ ଅମୃତାଙ୍କ ପରିବାର ବିବାହ ସପକ୍ଷରେ ନଥିଲେ। ବିରୋଧ ସତ୍ତେ୍ୱ ପ୍ରଣୟ ଓ ଅମୃତା ଗତ ଜାନୁଆରୀ ମାସରେ ବିବାହ କରିଥିଲେ।
ଏହି ଘଟଣା ପାଇଁ ଅମୃତା ତାଙ୍କ ବାପା ଓ ଦାଦାଙ୍କୁ ଦାୟୀ କରିଛନ୍ତି। ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଣୟଙ୍କୁ ଛାଡ଼ପତ୍ର ଦେବା ଓ ଗର୍ଭପାତ କରାଇବା ପାଇଁ ପରିବାର ଲୋକେ ଅମୃତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଅମୃତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣ ରାଓଙ୍କୁ ପୁଲିସ ଗିରଫ କରିଥିଲା। ମାରୁତିଙ୍କ ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିଲା। ତେଣୁ ଏହି ବିବାହକୁ ରୋକିବା ପାଇଁ ମାରୁତି ପ୍ରଣୟଙ୍କ ପରିବାର ଉପରେ ରାଜନୈତିକ ଚାପ ପକାଉଥିବା ଅମୃତା ପୁଲିସ ଆଗରେ କହିଥିଲେ। ଶାସକ ଟିଆରଏସ୍‍ର ଜଣେ ନେତା ପ୍ରଣୟଙ୍କ ପରିବାରକୁ ଧମକାଇଥିବା ମଧ୍ୟ ଅମୃତା କହିଛନ୍ତି।
ମାରୁତିଙ୍କ ରିୟଲ୍‍ ଇଷ୍ଟେଟ୍‍ ବ୍ୟବସାୟ ଥିବା ବେଳେ ସେହି ଅଞ୍ଚଳରେ ତାଙ୍କର ପ୍ରତିପତ୍ତି ରହିଛି। ତେଣୁ ସ୍ଥାନୀୟ ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କୁ ପୁୁଲିସ ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତ ଆଧାରରେ ଏହି ହତ୍ୟା ପାଇଁ ସୁପାରି ଦିଆଯାଇଥିବା ପୁଲିସ ଅନୁମାନ କରିଥିଲା। ଅଧିକ ଖୋଳତାଡ଼ କରିବା ପରେ ବିହାରର ଏକ ଗ୍ୟାଙ୍ଗକୁ ସୁପାରି ଦିଆଯାଇଥିବା ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ତେଲେଙ୍ଗାନା ପୁଲିସ ବିହାର ପୁଲିସ ସହିତ ଯୋଗାଯୋଗ କରିବା ପରେ ବିହାର ପୁଲିସ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିଛି। ହତ୍ୟା ପାଇଁ ୧ କୋଟି ଟଙ୍କା ଦେବାକୁ ଚୁକ୍ତି ହୋଇଥିବା ବେଳେ ୧୮ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ପୁଲିସ କହିଛି। ଏପରିକି ଏହି ଗ୍ୟାଙ୍କର ଆଇଏସ୍‍ଆଇ ସହିତ ଲିଙ୍କ ଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଆଉ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଛି। ୨୦୦୩ରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ହରେନ୍‍ ପାଣ୍ଡ୍ୟାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ପରେ ଛାଡ଼ି ଦିଆଯାଇଥିଲା। ତେଲେଙ୍ଗାନାର ହତ୍ୟା ପଛରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories