ସାଧାରଣତଃ ଆମେ ରୋଗ ପରୀକ୍ଷା କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଉ କିମ୍ବା ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଦ୍ୱାରା ରୋଗକୁ ଚିହ୍ନଟ କରିଥାଉ। ହେଲେ ଏପରି ଘରୋଇ ଉପାୟ ମଧ୍ୟ ରହିଛି ଯାହାଦ୍ୱାରା ଆପଣ ଘରେ ବସି କେଉଁ ରୋଗରେ ପୀଡ଼ିତ ହୋଇଛନ୍ତି ତାହା ସହଜରେ ଜାଣିପାରିବେ। ଏକ ଗବେଷଣାରୁ ଏହି ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ଗବେଷକଙ୍କ ମତରେ ଚାମଚକୁ ଜିଭରେ ଲଗାଇ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇ ପାରିବ। ଖାଦ୍ୟ ଖାଉଥିବା ଚାମଚକୁ ଏକ ବିଶେଷ ଭାବେ ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଚିହ୍ନଟ କରାଯାଇ ପାରିବ। ତେବେ ଚାଲନ୍ତୁ ଜାଣିବା ଏହି ଉପାୟ ବିଷୟରେ –
୧. ଚାମଚର ଖାଲୁଆ ଅଂଶକୁ ଜିଭରେ ଧୀରେଧୀରେ ସେପର୍ଯ୍ୟନ୍ତ ରଗଡ଼ନ୍ତୁ ଯେତେବେଳ ପର୍ଯ୍ୟନ୍ତ ସେଥିରେ ଲାଳ ଆସି ନଯାଇଛି।
୨. ତା’ପରେ ଏହାକୁ ଏକ ସଫା ପଲିଥିନ୍ ପ୍ୟାକେଟ୍ ରେ ରଖି ଦିଅନ୍ତୁ।
୩. ଏବେ ଏହାକୁ ଲାଇଟ୍ ପାଖରେ ଏକ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ।
୪. ଏକ ମିନିଟ୍ ପରେ ଯଦି ଏଥିରୁ ମିଠା ବାସ୍ନା ଆସେ ତେବେ ଜାଣି ରଖନ୍ତୁ ଆପଣ ମଧୁମେହ ରୋଗର ଶିକାର ହୋଇ ପାରନ୍ତି।
୫. ଯଦି ଚାମଚରେ ସାମାନ୍ୟ ହଳଦୀ ରଙ୍ଗର ପରସ୍ତ ପଡ଼ି ଯାଇଛି ତେବେ ଥାଇରଏଡ ଶିକାର ହୋଇଥିବା ସଙ୍କେତ ଦେଇଥାଏ।
୬. ଯଦି ଚାମଚରେ ଏକ ଧଳାରଙ୍ଗର ପରସ୍ତ ପଡ଼ି ଯାଇଥିବା ଦେଖିବାକୁ ପାଆନ୍ତି ତେବେ ଶରୀର ସଂକ୍ରମଣ ହୋଇଥିବାର ସଙ୍କେତ ଦେଇଥାଏ।
୭. ସେହିପରି ଯଦି ଚାମଚରେ ଥିବା ଲାଳ ଅଂଶ ନାରଙ୍ଗୀ ରଙ୍ଗ ହୋଇଯାଇଛି ତେବେ ଏହା କିଡନି ସମସ୍ୟା ଥିବା ସଙ୍କେତ ଦେଇଥାଏ।
ଚାମଚ ଦ୍ୱାରା ଜାଣନ୍ତୁ ଶରୀରରେ ଥିବା ରୋଗ ବିଷୟରେ
Popular Categories



