www.samajalive.in
Thursday, December 11, 2025
13.1 C
Bhubaneswar

ଭିଜିଲାନ୍ସ ଜାଲରେ ଶିକ୍ଷକ, କୋଟିଏରୁ ଅଧିକ ଟଙ୍କା ସମ୍ପତ୍ତିର ମାଲିକ

ଭୁବନେଶ୍ବର: ଶିକ୍ଷକ ଚାକିରିରେ ନିୟମିତ ହେବାକୁ ୬ ବର୍ଷ ହୋଇନାହିଁ, କିନ୍ତୁ ସେ ଆଜି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଏପରି ଜଣେ କରିତ୍‌କର୍ମା ଶିକ୍ଷକ ହେଉଛନ୍ତି ଶିଶିର କୁମାର ସେମେଳି। ତାଙ୍କ ଘର ସମେତ ୬ଟି ସ୍ଥାନରେ ୪ଟି ଭିଜିଲାନ୍ସ ଟିମ୍‌ ଚଢ଼ଉ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି। ଏବେ ମଧ୍ୟ ସମ୍ପତ୍ତି ଆକଳନ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ଜବତ ସମ୍ପତ୍ତି ଭିତରେ ରହିଛି ନଗଦ ୨.୮୮ ଲକ୍ଷ ଟଙ୍କା, ୪୦୮ ଗ୍ରାମ ସୁନା, ୨୨୯ ଗ୍ରାମ ରୁପା ଗହଣା, ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା, ୨୧.୬୮ ଲକ୍ଷ ବ୍ୟାଙ୍କ ଜମା, ଗୋଟିଏ ଇନୋଭା, ଗୋଟିଏ ବୋଲେରୋ ପ୍ରମୁଖ ରହିଛି।

 

- Advertisement -

ଆଜିକୁ ୪ରୁ ୫ ବର୍ଷ ତଳେ ନିୟମିତ ହୋଇଥିବା ଶିକ୍ଷକ ଶିଶିର କୁମାର ସେମେଳି ଏବେ ରାୟଗଡ଼ା ବିଇଓ ଅଫିସ୍‌ରେ କାର୍ୟ୍ୟରତ ଅଛନ୍ତି। ଏବେ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ୬ଟି ସ୍ଥାନରେ ଚଢ଼ଉ କରି ଶିକ୍ଷକଙ୍କଠାରୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories