www.samajalive.in
Tuesday, December 9, 2025
17.1 C
Bhubaneswar

ଚର୍ଚ୍ଚାରେ ନରସିଂହଙ୍କ ପରିବାର : ସମିତି ସଭ୍ୟ ପଦ ପାଇଁ ଲଢିବେ ଭାଇ-ଭାଇ ଓ ଦୁଇ ଯା’

ବଲାଙ୍ଗିର : ବଲାଙ୍ଗିର ଜିଲା ରାଜନୀତିରେ ବିଧାୟକ ନରସିଂହ ମିଶ୍ରଙ୍କ ପରିବାରର ଢେର କାଟତି ରହିଛି । କିନ୍ତୁ ପଞ୍ଚାୟତ ନିର୍ବାଚନ ଆସିଲେ ଏହି ପରିବାରର ୨ ଗୋଷ୍ଠୀ ପରସ୍ପର ବିରୋଧରେ ପ୍ରାର୍ଥୀ ହେବାକୁ ଭୁଲନ୍ତି ନାହିଁ । ରାଜନୀତି ହୁଏ ରୋଚକ । ମୁଣ୍ଡ ବିନ୍ଧାର କାରଣ ହୁଏ ନିର୍ବାଚନ ପରିଚାଳନା। ଏଥର ପଞ୍ଚାୟତ ନିର୍ବାଚନରେ ପୁଣିଥରେ ଭାଇ-ଭାଇ ସମିତି ସଭ୍ୟ ପାଇଁ ମୁହାଁ ମୁହିଁ ହୋଇଛନ୍ତି । ହେଲେ ଆଉ ଏକ ନୂଆ କଥା ମଧ୍ୟ ସାମ୍ନାକୁ ଆସିଛି । ମିଶ୍ର ପରିବାରର ଦି’ ଯା ମଧ୍ୟ ଏଥର ସମିତି ସଭ୍ୟ ପାଇଁ  ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ବିଧାୟକ ଶ୍ରୀ ମିଶ୍ରଙ୍କ ପରିବାରର ଅନେକେ ବଲାଙ୍ଗିରରେ ରହୁଛନ୍ତି । ହେଲେ ମୂଳବାସିନ୍ଦା ପୁଇଁନ୍ତଲା ବ୍ଲକର ଛତାମଖନା ଗାଁର। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଇ ସିଦ୍ଧାର୍ଥ ମିଶ୍ର ସମିତି ସଭ୍ୟ ଭାବେ ନାମାଙ୍କନ ଦାଖଲ କରିଥିଲେ ଛତାମଖନା ପଞ୍ଚାୟତରୁ। ଆଉ ତାଙ୍କୁ ଟକ୍କର ଦେବା ପାଇଁ ଅନ୍ୟପଟେ ଥିଲେ ଭାଇ ସ୍ମାରକ ରଞ୍ଜନ ମିଶ୍ର। କୁହାଯାଏ ଯେ ସିଦ୍ଧାର୍ଥଙ୍କ ବିରୋଧରେ ଓ ସ୍ମାରକଙ୍କ ପାଇଁ ସେତେବେଳେ ପ୍ରଚାର କରିଥିଲେ ବିଧାୟକ ଶ୍ରୀ ମିଶ୍ର। ନିର୍ବାଚନ ଆୟୋଗ ଛତାମଖନା ଭୋଟ ଗଣତି କେନ୍ଦ୍ରକୁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ସେତେବେଳେ ଚିହ୍ନଟ କରିଥିଲେ। କିନ୍ତୁ ସିଦ୍ଧାର୍ଥଙ୍କ ରଣକୌଶଳ ଆଗରେ ସବୁ ଫିକା ପଡିଯାଇଥିଲା। କାହା ଘରେ ଯାଇ ପଖାଳ ଖାଇବା ହେଉ କି କାହା ଘର ପାଳ ଗଦାରେ ଶୋଇପଡିବା। ଗୋଡ ଧରି ପକାଉଥିଲେ ସିଦ୍ଧାର୍ଥ। ଯାହାକି ସାଧାରଣ ଲୋକଙ୍କୁ ଆକୃଷ୍ଟ କରିଥିଲା। ଛତାମଖନା ସମିତି ସଭ୍ୟ ନିର୍ବାଚନରେ ସ୍ମାରକଙ୍କୁ ହରାଇ ସିଦ୍ଧାର୍ଥ ବିଜୟୀ ହୋଇଥିଲେ। ଏଥର ସମୀକରଣ ପୁଣି ସେହି ଭଳି । ପିପିର୍ଡା ପଞ୍ଚାୟତରୁ ଏଥର ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ସ୍ମାରକ ଓ ସିଦ୍ଧାର୍ଥ। ପିପିର୍ଡାରେ ଏଥର ସମିତି ସଭ୍ୟ ଭୋଟ ଜୋରଦାର ହେବା ନେଇ କହିଲେଣି ସ୍ଥାନୀୟ ଲୋକେ।
ସେହିପରି ୨୦୧୨ରୁ ପୁଇଁନ୍ତଲା ପଞ୍ଚାୟତ ସମିତିର ଅଧ୍ୟକ୍ଷା ହୋଇଥିଲେ ଜ୍ୟୋତ୍ସ୍ନାମୟୀ ମିଶ୍ର(ସିଦ୍ଧାର୍ଥଙ୍କ ମା’)। ଗଲା ୫ ବର୍ଷର ବିରତି ପରେ ପୁଣି ସେ ନିର୍ବାଚନ ମଇଦାନକୁ ଆସିଛନ୍ତି। ସେହିପରି ତାଙ୍କ ସମ୍ମୁଖରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଯା’ ଗୀତାରାଣୀ ମିଶ୍ର(ସ୍ମାରକଙ୍କ ମା’)। ଉଭୟ ଛତାମଖନା ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଯାହାକି ମିଶ୍ର ପରିବାରର ରାଜନୀତିକୁ ରୋଚକ ଓ ସରଗରମ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories