www.samajalive.in
Thursday, December 11, 2025
26.1 C
Bhubaneswar

ରାଜ୍ୟରେ ଆଉ ୫ହଜାର ୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୫ହଜାର ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨, ୯୩୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨, ୧୨୫ ଜଣ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛିନ୍ତି ୬୬୭ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୧, ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୦, ବାଲେଶ୍ୱର ୨୦୨, ବରଗଡ ୮୫, ଭଦ୍ରକ ୯୧, ବଲାଙ୍ଗିର ୧୩୩, ବୌଦ୍ଧ ୪୪, କଟକ ୪୯୫, ଦେବଗଡ ୫୧, ଢେଙ୍କାନାଳ ୬୯, ଗଜପତିରୁ ୬୮ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୬୦, ଜଗତସିଂହପୁର ୧୨୫, ଯାଜପୁର ୧୨୮, ଝାରସୁଗୁଡା ୫୦, କଳାହାଣ୍ଡି ୧୪୦, କନ୍ଧମାଳ ୮୪, କେନ୍ଦ୍ରାପଡା ୩୪, କେନ୍ଦୁଝରରେ ୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ କୋରାପୁଟ ୭୬, ମାଲକାନଗିରି ୫୮, ମୟୁରଭଞ୍ଜ ୧୩୫, ନବରଙ୍ଗପୁର ୧୩୬, ନୟାଗଡ ୨୧୭, ନୂଆପଡା ୧୯୦, ପୁରୀ ୯୪, ରାୟଗଡା ୮୫, ସମ୍ବଲପୁର ୧୭୯, ସୋନପୁର ୧୦୪, ସୁନ୍ଦରଗଡ ୪୨୯ ଷ୍ଟେଟପୁଲରୁ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୧,୧୫୭ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୬୩ହଜାର ୩୯୬ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୩୬ହଜାର ୨୨୬କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୪ହଜାର ୨୧୭ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories