www.samajalive.in
Monday, December 8, 2025
24.1 C
Bhubaneswar

୭୧ହଜାର ବର୍ଗଫୁଟରେ ମାୟାବତୀଙ୍କ ନୂଆ ଘର

ଲକ୍ଷ୍ନୌ : ଦଳିତଙ୍କ ତ୍ରାଣକର୍ତ୍ତା ବୋଲି ଦାବି କରୁଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ନିଜସ୍ୱ ବାସଗୃହର ଝଲମଲ ଚିତ୍ର ଜନତାଙ୍କୁ ବିସ୍ମିତ କରିଛି। ଲକ୍ଷ୍ନୌର ୯-ମଲ୍‍ ଆଭେନ୍ୟୁଠାରେ ୭୧ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ଘର ୧୩-ମଲ ଆଭେନ୍ୟୁଠାରେ ଥିବା ପୁରୁଣା ଘରଠାରୁ କାହିଁ କେତେ ଗୁଣରେ ଅଧିକ ଓ ସୁଦୃଶ୍ୟ। ଇତିହାସର କୌଣସି ରାଜରାଜୁଡ଼ାଙ୍କ ଘରଠାରୁ ଏହା କିଛି କମ୍‍ ନୁହେଁ। ରବିବାର ମାୟାବତୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ ପୂର୍ବକ ଏହି ଘର ଦେଖାଇବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ମାୟାବତୀ ୨୦୦୭ରେ ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ୨୦୧୦ ନଭେମ୍ବର ୩ରେ ସମର୍ଥକଙ୍କ ପ୍ରଦତ୍ତ ଅର୍ଥରେ ଏହି ଜାଗା କିଣିଥିଲେ। ବହୁଜନଙ୍କ ହିତ ପାଇଁ ଦିଲ୍ଲୀସ୍ଥିତ ଘର ମଧ୍ୟ ସେ ସମର୍ଥକଙ୍କ ଅର୍ଥରେ କିଣିଥିଲେ। ଏବେ ଲକ୍ଷ୍ନୌ ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ନୂଆ ଘର ଦାମୀ ବାଲି ପଥରରେ ନିର୍ମିିତ ହୋଇଥିବାବେଳେ ଏଠାରେ ବାଲି ପଥରରେ ନିର୍ମିତ ବହୁ ପ୍ରତିମୂର୍ତ୍ତି ବେଶ୍‍ ଆକର୍ଷଣୀୟ ହୋଇଛି। ତା’ଛଡ଼ା ବିରାଟ ଗମ୍ବୁଜ, ବିଭିନ୍ନ ପଥର ଖୋଦେଇ ସାମଗ୍ରୀର ସାଜସଜା, ବିରାଟ ଘାସ ଗାଲିଚା, କାନ୍‍ସୀ ରାମ ଓ ତାଙ୍କ ନିଜର ମୂର୍ତ୍ତି, ଗ୍ରାନାଇଟ୍‍ ଚଟାଣ ସହିତ ଘରର ନିର୍ମାଣ ଶୈଳୀ ସମସ୍ତଙ୍କୁ ଚମତ୍କୃତ କରିଛି। ତେବେ ବିଜେପି ଯୋଗୁଁ ହିଁ ଏହି ଘର ନିର୍ମାଣ ସମ୍ଭବ ହୋଇଥିବା ସେ କହିଛନ୍ତି। ବିଜେପି ସରକାର ତାଙ୍କୁ ତାଜ୍‍ କରିଡର ନିର୍ମାଣ ମାମଲାରେ ଘାଣ୍ଟି ନ ଥିଲେ କିମ୍ବା ୧୩-ମଲ୍‍ ଆଭେନ୍ୟୁ ଘରୁ ତଡ଼ି ନ ଥିଲେ ଏହି ଘର ନିମାଣ ସମ୍ଭବ ହୋଇପାରି ନ ଥାନ୍ତା ବୋଲି ମାୟାବତୀ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories