www.samajalive.in
Wednesday, December 10, 2025
14.1 C
Bhubaneswar

ମହିଳା ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ୭୩ତମ ଗଣତନ୍ତ୍ର ଦିବସ

କଣ୍ଟାବାଞ୍ଜି: ମହିଳା ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ୭୩ ତମ ଗଣତନ୍ତ୍ର ଦିବସ କୋଭିଡ୍ କଟକଣା ଭିତରେ ପାଳନ ହୋଇଯାଇଛି। ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ଉଦବୋଧନରେ ଆଜିର ଦିବସର ମହତ୍ୱ ବିଷୟ ରେ କହିଥିଲେ ଓ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନର ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନଙ୍କୁ କର୍ତ୍ତବ୍ୟନିଷ୍ଠା ହେବା ପାଇଁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁକ୍ତ ଦୁଇ ବିଭାଗର ଅଧ୍ୟାପକ ରମେଶ ଚନ୍ଦ୍ର ପିଯାହରି, ଦେବେନ୍ଦ୍ର କୁମାର ପଣ୍ଡା, ଭାସ୍କର ମେହେର, ମଞ୍ଜେଶ୍ ସୁନା, ଯୁକ୍ତ ତିନିର ଅଧ୍ୟାପକ ନେପାଳ ସେଠୀ, ଅଧ୍ୟାପିକା ସୁନନ୍ଦା ରଥ, ଲିପାନ୍ବିତା ପଦ୍ଧାନ୍, ନିରବତୀ ପ୍ରଧାନ, ଉଭୟ ବିଭାଗର ଗ୍ରନ୍ଥାଗାର ରକ୍ଷକ ଓ ଅନ୍ୟ ଅନକର୍ମଚାରି ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories