www.samajalive.in
Thursday, December 11, 2025
18.1 C
Bhubaneswar

ବମ୍ବେଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ରାହୁଗ୍ରାସ !

ମୁମ୍ବଇ/ନୂଆଦିଲ୍ଲୀ: ଭାରତୀୟ ଷ୍ଟକ ବଜାରକୁ କ୍ରମାଗତ ୫ମ ଦିନ ପାଇଁ ରାହୁଗ୍ରାସ କରିଛି। ନିବେଶକଙ୍କ କାରବାର ପାଇଁ ଗତକାଲି ସୋମବାର ଥିଲା କଳାଦିବସ। ଏହିଦିନ ଷ୍ଟକ ବଜାରର ସୂଚକାଙ୍କ ମାତ୍ରାଧିକ ହ୍ରାସପାଇବା ସହିତ ନିବେଶକମାନେ ପ୍ରାୟ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇଥିବା ଜଣାଯାଇଛି। ଏହାକୁ ମିଶାଇ ପାଞ୍ଚଟି କାର୍ଯ୍ୟଦିବସରେ ନିବେଶକମାନେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଲେଣି। ପାଞ୍ଚଟି କାର୍ଯ୍ୟଦିବସରେ ସମ୍ବେଦୀ ସୂଚକାଙ୍କ ୩୩୦୦ ପଏଣ୍ଟ ହ୍ରାସ ପାଇଥିବା ଜଣାଯାଇଛି। ଆଜି ବିଏସଇରେ ତାଲିକାଭୁକ୍ତ କମ୍ପାନୀ ଗୁଡିକର ଷ୍ଟକ ମୂଲ୍ୟ ୨୬୦.୪୮ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି, ଯାହା ଜାନୁଆରୀ ୧୭ ତାରିଖରେ ୨୮୦.୦୨ ଲକ୍ଷ କୋଟି ଟଙ୍କା ଥିଲା।

ବିଶ୍ବସ୍ତରରେ ମୁଦ୍ରାସ୍ଫୀତି ଏବଂ ଆମେରିକା ଫେଡେରାଲ ରିଜର୍ଭ ପକ୍ଷରୁ ମୂଲ୍ୟ ବୃଦ୍ଧି ଆଶଙ୍କା, ଅସ୍ତିତ୍ବ ପାଇଁ ରୁଷ୍‌ ବିରୋଧରେ ୟୁକ୍ରେନ୍‌ ଆମେରିକା ସହାୟତାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଭଳି ଅନ୍ତର୍ଜାତୀୟ ସ୍ଥିତି ସହ ଭାରତରେ ଅସମୟରେ ବର୍ଷା ଯୋଗୁଁ ଖରିଫ ଫସଲ ଅମଳ ବିଳମ୍ବିତ ହେବା, କୋଭିଡର ତୃତୀୟ ଲହର ଭଳି କେତେକ କାରଣ ଯୋଗୁଁ ଷ୍ଟକ୍‌ ବଜାରରେ ଏଭଳି ଚଡ଼କ ପଡିଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏପରିକି ଦେଶର କେତେକ ନୂତନ କମ୍ପାନୀର ଚାହିଦାରେ ମାନ୍ଦା ଅବସ୍ଥା ସୃଷ୍ଟି ଯୋଗୁଁ ଏଥିପ୍ରତି ନିବେଶମାନେ ଆଗ୍ରହ ପ୍ରକାଶ ନକରି ପୁଞ୍ଜି କାଢିନେବା ଯୋଗୁଁ ଷ୍ଟକ୍‌ ବଜାର ସ୍ଥିତି ବେହାଲ ହୋଇପଡିଛି। ଗ୍ରାହକ ନିଜ ପାଖରେ ଏବେ ସୁରକ୍ଷିତ ସଞ୍ଚୟକୁ ଗୁରୁତ୍ବ ଦେଇ ନିବେଶ ପ୍ରତି କିଛିଟା ଆଗ୍ରହ କମାଇବା ମଧ୍ୟ ଆଉ ଏକ କାରଣ ବୋଲି କୁହାଯାଉଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories