www.samajalive.in
Thursday, December 11, 2025
13.1 C
Bhubaneswar

ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଲେ ଯୁବ ଗ୍ରାଜୁଏଟ ଛାତ୍ର

ରାମନାଗୁଡା: ପଞ୍ଚାୟତ ନିର୍ବାଚନ ପାଇଁ ରାମନାଗୁଡା ବ୍ଲକରେ ରାଜନୀତି ସରଗରମ ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ସେମିତି କିଛି ଦେଖିବାକୁ ମିଳିଛି ରାମନାଗୁଡା ବ୍ଲକ ପାରୀକ୍ଷିତି ପଂଚାୟତରେ ବିଭିନ୍ନ ଦଳର କର୍ମୀ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି କିନ୍ତୁ ବ୍ଲକ ଅଧିନସ୍ଥ ପାରୀକ୍ଷିତି ପଂଚାୟତରେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର ଜଣେ ରାମନାଗୁଡା ସଦରର ଅନୁସୂଚିତ ଜନଜାତିର ଗ୍ରାଜୁଏଟ ଛାତ୍ର ଚାକିରୀ ପଛରେ ନ ଗୋଡେଇ ନୂଆ କରି ରାଜନୀତି ରେ ପାଦ ଥାପିଛନ୍ତି ସେ ପୁଣି ସରପଞ୍ଚ ପଦବୀ ପାଇଁ କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ସୁଶାନ୍ତ ନିମାଲା ନାମକ ଯୁବ ଛାତ୍ର ଜଣକ କହିବା ଅନୁଯାୟୀ ତାଙ୍କ ଆଖପାଖରେ ବସବାସ କରୁଥିବା ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଦୂର କରିବା ହେଉ କି ରାସ୍ତାଘାଟ ଗମନାଗମନ ସ୍ୱାସ୍ଥ୍ୟ ସେବା ଭଳି ସମସ୍ୟାକୁ ଜଣେ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବା ପାଇଁ ମନ ବଳାଇଲେ।

ଶୁକ୍ରବାର ଦିନ ନିଜ ସମର୍ଥକଙ୍କ ସହ ପଂଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ବିଧିବଦ୍ଧ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଦେଖାଯାଉ ପାରୀକ୍ଷିତି ପଂଚାୟତରେ ତ ଅନେକ ସରପଂଚ ପଦବୀ ପାଇଁ ଆଶାୟୀ ଅଛନ୍ତି କିନ୍ତୁ ଏପରି ଜଣେ ଗ୍ରାଜୁଏଟ ଶିକ୍ଷିତ ଯୁବକଙ୍କୁ ପଞ୍ଚାୟତ ଅଧିନ ଭୋଟରମାନେ କେତେ ମାତ୍ରାରେ ଗ୍ରହଣ କରି ଉଚିତ ଲୋକକୁ ସରପଞ୍ଚ ପଦବୀ ନିମନ୍ତେ ପାରୀକ୍ଷିତି ପଞ୍ଚାୟତର ୭୨୮୦ ଭୋଟର କାହାକୁ ନିର୍ଣ୍ଣାୟକ କରି ନିର୍ବାଚିତ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories