www.samajalive.in
Wednesday, December 10, 2025
16.1 C
Bhubaneswar

ଥରେ ପ୍ରସ୍ତୁତ କରନ୍ତୁ ଏଭଳି ମଟନ ପୁଲାଉ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ଅରୁଆ ଚାଉଳ – ୩କପ
ପିଆଜ – ୬ ରୁ ୭ଟି କଟା ଯାଇଥିବା
ତେଜପତ୍ର – ୪ଟି
ଶୁଖିଲା ଲଙ୍କା – ଆବଶ୍ୟକ ପରିମାଣରେ
ଜାଇତ୍ରି – ଛୋଟ ଖଣ୍ଡ
ଡାଲଚିନି – ଅଳ୍ପ
ପାନମଧୁରୀ : ୩ ଚାମଚ
ଲବଙ୍ଗ – ୬ଟି
ଗୁଜୁରାତି – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଜିରା – ଅଳ୍ପ
ନଡିଆ କୋରା – ଅଳ୍ପ
ଲଙ୍କା ଗୁଣ୍ଡ – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଭିଜା ହୋଇଥିବା କେସର ପାଣି
ଦେଶୀ ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ସ୍ୱାଦ ଅନୁଯାୟୀ
ଧନିଆପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଧୋଇ ହଳଦୀ ଓ ଲୁଣ ଗୋଳାଇ ରଖି ଦିଅନ୍ତୁ। ଏବେ ଏକ କପଡାରେ ପିଆଜ, ଶୁଖିଲା ଲଙ୍କା, ତେଜପତ୍ର, ଜାଇତ୍ରି, ଗୁଜୁରାତି, ଡାଲଚିନି, ପାନମଧୁରୀ, ଲବଙ୍ଗକୁ ବାନ୍ଧି ରଖନ୍ତୁ। ଗ୍ୟାସରେ ଏକ ବଡ ପାତ୍ରରେ ପାଣି ଗରମ କରନ୍ତୁ। ଏବେ ଏକ ମସଲା ବାନ୍ଧିଥିବା କପଡାକୁ ପାଣିରେ କିଛି ସମୟ ଫୁଟାଇ କାଢି ରଖି ଦିଅନ୍ତୁ। ଏବେ ଏହି ମସଲା ଫୁଟାଇଥିବା ପାଣିରେ ଚାଉଳ ଧୋଇ ଭାତ ପ୍ରସ୍ତୁତ କରନ୍ତୁ। ଏବେ ଏକ କଡେଇ ଗ୍ୟାସରେ ବସାଇ ଘିଅ ଗରମ କରନ୍ତୁ। କପଡାରେ ରଖିଥିବା ମସଲାକୁ ଘିଅରେ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। କିଛି ସମୟ ଭାଜିବା ପରେ ଏହି ମସଲାକୁ କାଢି ପେଷି ଦିଅନ୍ତୁ। ଏହାକୁ ମଟନରେ ପକାଇ ଗୋଳାଇ ରଖନ୍ତୁ। ଏବେ ଜିରା ଓ ନଡିଆ କୋରା ପେଷି ଦିଅନ୍ତୁ। ଏବେ କଡେଇରେ ପୁଣି ଘିଅ ଗରମ କରି ରଖିଥିବା ମଟନକୁ ପକାଇ କଷନ୍ତୁ। ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଉପରେ ଧନିଆ ପତ୍ର ପକାନ୍ତୁ। ଏବେ କଡେଇରେ ପ୍ରଥମେ ମଟନ , ଏହା ଉପରେ ଭାତ ନଡିଆ ପେଷ୍ଟ ପକାନ୍ତୁ। ଏଭଳି ୨ ରୁ ୩ଟି ସ୍ତର ଦିଅନ୍ତୁ। ଏବେ ୫ ରୁ ୭ ମିନିଟ ଯାଏଁ ବସାନ୍ତୁ। ଏବେ ଏକ ପାତ୍ରକୁ ପୁଲାଉ କାଢି ଧନିଆପତ୍ର ସଜାଇ ଦିଅନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories