www.samajalive.in
Monday, December 8, 2025
24.1 C
Bhubaneswar

ମା’ମଙ୍ଗଳାଙ୍କ ପୀଠରେ ଭକ୍ତ ନିରାଶ

କାକଟପୁର : ପୁରୀ ଜିଲା କାକଟପୁର ସ୍ଥିତି ମା’ମଙ୍ଗଳା ମନ୍ଦିରରେ ସୋମବାର ସାଧାରଣଦର୍ଶନ ବନ୍ଦ ରହିଛି । ମନ୍ଦିରର ପୂର୍ବଦ୍ବାର ନିକଟରେ ସେବକ ସଂଘ ଧାରଣାରେ ବସି ରହିଛନ୍ତି । ଗତକାଲି ମନ୍ଦିରରେ ଗଣ୍ଡଗୋଳ ସମୟରେ ସେବାକଙ୍କୁ ମାଡ ମାରିଥିବା ମହିଳାଙ୍କ ସମ୍ପର୍କୀୟମାନଙ୍କୁ ଗିରଫ କରିବା ଦାବିରେ ଧାରଣା ଦିଆଯାଇଛି । ଶ୍ରଦ୍ଧାଳୁମାନେ ପଶ୍ଚିମଦ୍ବାର ଦେଇ ମା’ଙ୍କୁ ଦର୍ଶନ କରୁଥିବା ବେଳେ ସର୍ବସାଧାରଣଙ୍କ ପୂଜାରେ ସେବାକମାନେ ଅସହଯୋଗ କରିଛନ୍ତି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଶକ୍ତ ଆଘାତ ଲାଗିଛି ।

ସୂଚନାଯୋଗ୍ୟ, ରବିବାର ଦିନ ମା’ମଙ୍ଗଳାଙ୍କ ମନ୍ଦିରରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ଠେଲାପେଲା କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ମହିଳାଙ୍କ ସମ୍ପର୍କୀୟ ଓ ସେବକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ପୁଲିସ୍‍ ୩ ସେବକଙ୍କୁ ଗତକାଲି ଗିରଫ କରିଥିଲା । ତିନି ସେବକଙ୍କ ଗିରଫ ପ୍ରତିବାଦରେ ସୋମବାର ସେବାକ ସଂଘ ପକ୍ଷରୁ ମା’ମଙ୍ଗଳା ମନ୍ଦିରର ପୂର୍ବଦ୍ବାର ନିକଟରେ ଧାରଣା ଦିଆଯାଇଛି ।

- Advertisement -

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories