ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ ଘୋଷଣା । ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁଜନିତ ଅନୁକମ୍ପା ରାଶି ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ଡ୍ୟୁଟି ବେଳେ, କରୋନାରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ତାହା ସହ କୌଣସି ଉତ୍ତେଜନା ଓ ଆକ୍ରମଣରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ମୃତ୍ୟୁବରଣ ହେଲେ ୧୫ ଲକ୍ଷ ଟଙ୍କା ମିଳିବ ବୋଲି ଅୟୋଗ ଘୋଷଣା କରଇଛନ୍ତି ।
ହିଂସା କାରଣରୁ ଯଦି କୌଣସି କର୍ମଚାରୀ ଦିବ୍ୟାଙ୍କ ହୋଇଯାନ୍ତି ତେବେ ତାଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କା ମିଳିବ । ସେହିଭଳି କୌଣସି ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗ ହୋଇଗଲେ ସାଢେ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅନୁକମ୍ପା ରାଶି ମିଳିବ ବୋଲି କୁହାଯାଇଛି । କର୍ମଚାରୀଙ୍କ ଚିକିତ୍ସା ମଧ୍ୟ ମାଗଣାରେ କରାଯିବ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏବଂ ଆଗକୁ ନିର୍ବାଚନ ହେବା ନେଇ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି ।



