ସମାଜ (ବ୍ୟୁରୋ): ଭାରତୀୟ ବଜାରରେ କମିଲା ସୁନା ଦର । ଆମେରିକା ବଜାର ଠାରୁ ଆରମ୍ଭ କରି ଭାରତୀୟ ବଜାର ଯାଏ ସୁନାଦର କିମିଛି । ୧୦ ଗ୍ରାମ୍ ସୁନା ପ୍ରତି ୬୦ରୁ ଅଧିକ ଟଙ୍କା ହ୍ରାସ ପାଇଛି । ସେହିପରି ବଜାରରେ ରୁପା ଦର ମଧ୍ୟ ହ୍ରାସ ପାଉଛି । ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦ରୁ ଅଧିକ ଟଙ୍କା ହ୍ରାସ ଘଟିଛି । ଘରୋଇ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ଆଜି ସକାଳେ ଦଶ ଗ୍ରାମ ପିଛା ୬୫ ଟଙ୍କା କମି ୪୭,୮୯୦ ଟଙ୍କା ରହିଛି । ଗୋଟିଏ ଦିନ ପୂର୍ବରୁ ଦଶ ଗ୍ରାମ ପ୍ରତି ସୁନା ୪.୯୧୭ ଟଙ୍କା ରହିଥିଲା।
ଘରୋଇ ବଜାରରେ ରୁପାର ମୂଲ୍ୟ ମଧ୍ୟ ହ୍ରାସ ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ରୁପା କିଲୋଗ୍ରାମ ପିଛା ୬୧,୭୦୦ ଟଙ୍କା ରହିଛି । ବାଣିଜ୍ୟ ସ୍ତରରେ ରୁପା ମଧ୍ୟ କିଲୋଗ୍ରାମରେ ୬୧,୬୭୩ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପୂର୍ବରୁ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୧,୮୯୮ ଟଙ୍କା ରହିଥିଲା ।
ବୈଦେଶୀକ ବଜାରରେ ମଧ୍ୟ ସୁନାର ଦାମ୍ ହ୍ରାସ ପାଇଛି । ନ୍ୟୁୟର୍କର ବଜାରରେ ସୁନା ମୂଲ୍ୟ ୧.୨୦ ଡଲାରରୁ ହ୍ରାସ ପାଇ ୧୮୧୪.୬୦ ଡଲାରରେ ରହିଛି । ରୁପା କଥା କହିଲେ, ନ୍ୟୁୟର୍କରେ ରୁପା ୨୩ ଡଲାରରୁ ହ୍ରାସ ପାଇଛି ।



