www.samajalive.in
Wednesday, December 10, 2025
16.1 C
Bhubaneswar

ଫ୍ଲୋରେନ୍ସ ପ୍ରଭାବରେ ଆମେରିକାରେ ପ୍ରବଳ ବର୍ଷା: ୧୪ ମୃତ

ୱିଲସ୍‍ନ/ୱିଲ୍‍ମିଂଟନ୍‍ : ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ପ୍ରଭାବରେ ରବିବାର ଆମେରିକାର ଉତ୍ତର କାରୋଲିନା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଫ୍ଲୋରେନ୍ସ ଝଡ଼ ଓ ବର୍ଷା ଜନିତ ଦୁର୍ଘଟଣାରେ ଦୁଇ ଦିନରେ ଅନ୍ୟୁନ୍‍ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଫ୍ଲୋରେନ୍ସ ଆମେରିକା ଉପକୂଳ ଛୁଇଁଥିଲା। ରବିବାର ଝଡ଼ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଫଳରେ କେବଳ ଉତ୍ତର କରୋଲିନାରେ ରବିବାର (୧୩ରୁ ୨୫ ସେମି)ବର୍ଷା ହୋଇଛି। ଅନ୍ୟ କେତକ ସ୍ଥାନରେ (୧୫ରୁ ୨୦ ଇଞ୍ଚ) ବର୍ଷା ହୋଇଥିବା ଜାତୀୟ ଝଡ଼ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଦେଖାଦେଇଛି। ବିଭିନ୍ନ ଆଶ୍ରୟସ୍ଥଳରେ ୨୩ହଜାର ଲୋକଙ୍କୁ ଥଇଥାନ କରାଯାଇଛି। ପ୍ରାୟ ୩ନିୟୁତ ଲୋକ ଅନ୍ଧାରରେ ରହିଛନ୍ତି। ମୋଟ ୧୦ନିୟୁତ ଜନତା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଏହି ଝଡ଼ବାତ୍ୟାକୁ ତୃତୀୟ ବର୍ଗର ହରିକେନ୍‍ ଆଖ୍ୟା ଦିଆଯାଇଛି। ଉତ୍ତର କାରୋଲିନାରେ ୯୦୦ ଲୋକଙ୍କୁ ବନ୍ୟାରୁ ଉଦ୍ଧାର କରାଯାଇଛି ଓ ପ୍ରାୟ ୧୫,୦୦୦ ଲୋକେ ରିଲିଫ୍‍ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ଝଡ଼ ଓ ବର୍ଷାରେ ଉତ୍ତର କାରୋଲିନାରେ ୧୦ ଓ ଦକ୍ଷିଣ କାରୋଲିନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories