www.samajalive.in
Saturday, December 13, 2025
26.1 C
Bhubaneswar

ଚା’ ବ୍ୟବସାୟୀଙ୍କ ସାଧୁତା -ପାଇଥିବା ଟଙ୍କା ଫେରାଇଲେ

ଧର୍ମଶାଳା  (ନିପ୍ର) : ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥର ଜାରକା ଛକ ନିକଟରେ ଗତ୧୪ତାରିଖରେ ମନିପର୍ସ ଭର୍ତ୍ତି ଟଙ୍କା ରାସ୍ତାରେ ପଡ଼ିଥିଲା। ଏହାକୁ ସ୍ଥାନୀୟ ଚୋରମୁହାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇ ପାଇଥିଲେ। ସେ ବୃତ୍ତିରେ ଜଣେ ଚା’ ବ୍ୟବସାୟୀ ହୋଇଥିବା ବେଳେ ଟଙ୍କା ଭର୍ତି ପର୍ସ ପାଇଥରଲେ ମଧ୍ୟ ତାଙ୍କ ମନରେ ଲୋଭ ଆସିନଥିଲା। ସେହି ପର୍ସରେ ଏକ ଭୋଟର କାର୍ଡ ରହିଥିଲା। ଯାହା ଫଳରେ ଟଙ୍କା ହଜାଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିଥିଲା। ମୟୁରଭଞ୍ଜ ଜିଲା ବାଙ୍ଗରିପଶି ଅଞ୍ଚଳର ବିରେନ ପିଙ୍ଗୁଆ ବୋଲି ଜଣାପଡ଼ିଥିଲା। ଟଙ୍କା ସହ ପରିଚୟ ପତ୍ର ପାଇବା ପରେ କୃଷ୍ଣଚନ୍ଦ୍ର ପୁଅକୁ କହି ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରିଥିଲେ। ଏଥିସହ ସ୍ଥାନୀୟ ବଜାର କମିଟି ଓ ଜାରକା ଫାଣ୍ଡି ଅଧିକାରୀଙ୍କୁ ଏନେଇ ଜଣାଇଥିଲେ। ତେବେ ଟଙ୍କା ହଜାଇଥିବା ବ୍ୟକ୍ତିଙ୍କର ଠିକଣା ଠାବ କରି ତାଙ୍କୁ ଖବର ଦିଆଯାଇଥିଲା। ଆଜି ବିରେନ ଜାରକା ଫାଣ୍ଡିରେ ପହଞ୍ଚି ଉପଯୁକ୍ତ ପ୍ରମାଣ ଦେଇ ହଜାଇଥିବା ନିଜ ଟଙ୍କା ଫେରିପାଇଥିଲେ। ଏନେଇ ସେ ଖୁସି ଜାହିର କରିବା ସହ କୃଷ୍ଣଚନ୍ଦ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଟଙ୍କା ଫେରସ୍ତ ସମୟରେ ଜାରକା ଫାଣ୍ଡି ଅଧିକାରୀ ରାଜକିଶୋର ନାୟକ, ଜାରକା ବଜାର ବ୍ୟବସାୟୀ ସଂଘର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories