www.samajalive.in
Saturday, December 13, 2025
26.1 C
Bhubaneswar

କରନ୍ତୁ ଏହି ଏକ୍ସରସାଇଜ ହେବନି କରୋନା !

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଓମିକ୍ରନ୍‍ ସଂକ୍ରମଣ । ଦେଶର ବଭିନ୍ନ ରାଜ୍ୟରେ ଓମିକ୍ରନ ତାର କାୟା ମେଲାଇସାରିଥିବା ବେଳେ, ବର୍ତ୍ତମାନ ଓମିକ୍ରନ ଗୋଷ୍ଠୀ ସଂକ୍ରମଣରେ ବ୍ୟାପୁଥିବା ମଧ୍ୟ ନଜର ଆସିଲାଣି । ଯାହାକୁ ନେଇ ସମସ୍ତେ ଚିନ୍ତିତ ରହିଲେଣି । ଏତିକିବେଳେ ଓମିକ୍ରନକୁ ନେଇ ଆଉ ଏକ ଖୁସି ଖବର ଆସିଛି । ଯାହା ଆପଣଙ୍କୁ ଓମିକ୍ରନଠୁ ଦୂରେଇ ରଖିବ । ତେବେ ଆପଣ କ’ଣ ଜାଣିଛନ୍ତି ଏକସରସାଇଜ୍‍ କରିବା ଦ୍ୱରା ଓମିକ୍ରନ୍‍ ହୋଇନଥାଏ । କେଉଁ ଏକ୍ସରସାଇଜ୍‍ କରିବା ଦ୍ୱରା ଆପଣ ଓମିକ୍ରନଠୁ ଦୂରେଣ ରହିପାରିବେ ଆସନ୍ତୁ ଜାଣିବା ।

କିଛି ଲୋକ ଜିମ୍‍ ଯାଇ ଏକ୍ସରସାଇଜ୍‍ କରିବାକୁ ପସନ୍ଦ କରିଥାନ୍ତି । ଏବଂ ଆଉ କିଛି ଲୋକ ଦୌଡିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ହେଲେ ବର୍ତ୍ତମାନର କରୋନା ସମୟରେ ସେମତି କରିବାର ଭୟ ରହିଛି । କାହିଁକି ନାଁ ଆପଣଙ୍କୁ କରୋନା ସଂକ୍ରମଣ ହୋଇପାରନ୍ତି । ଏନେଇ ଆମେ ଆପଣଙ୍କୁ ଜଣାଉଛୁ  ୫ଟି ଏକ୍ସରସାଇଜ। ଯାହାଦ୍ୱରା ଆପଣ ଓମିକ୍ରନକୁ ଦୂରେଇ ରଖିପାରିବେ । ୫ଟିଯାକ ଏକ୍ସରସାଇଜ ମଧ୍ୟରୁ ଆପଣ ପ୍ରତି ଏକ୍ସରସାଇଜକୁ ୪ମିନିଟ୍‍ ଲେଖାଏ କରିବେ । ଯାହାଫଳରେ ଓମିକ୍ରନଠୁ ଆପଣ ଦୂରେଇ ରହିପାରିବେ । ସକାଳୁ ଉଠିବା ପରେ ପ୍ରଥମେ ଏହି ଏକ୍ସର ସାଇଜକୁ ୨ମିନିଟ୍‍ ଲେଖାଏ କରିବେ । ପରେ ଧୀରେ ଧୀରେ ଏକ୍ସରସାଇଜର ସମୟ ବଢ଼ାଇବେ । କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯଦି ଆପଣଙ୍କର ଥାଏ ତେବେ ଆପଣ ପରାମର୍ଶ ନେଇ ଏହି ଏକ୍ସରସାଇଜ କରିପାରିବେ ।

- Advertisement -

୧. ଆପଣ ଦଉଡି ଡିଆଁ ଏକ୍ସରସାଇଜ କରନ୍ତୁ । ଯାହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟର ଓଜନ କମ୍‍ ହୋଇପାରିବ ।
୨. ଦଣ୍ଡ ମାରନ୍ତୁ । ଯାହାଦ୍ୱରା ଆପଣଙ୍କ ସମସ୍ତ ମାଂସପେଶୀ ଉପରେ ପ୍ରଭାବ ପଡିବ ଓ ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍‍ ହେବ ।
୩. ଉଠବସ୍‍ ହୁଅନ୍ତୁ । ଉଠବସ୍‍ ହେବା ଦ୍ୱରା ଆପଣ ସୁସ୍ଥ ରହିବା ସହ ନିଜର ଥକାପଣ ଦୂର ହେବ ।
୪. ଉଚ୍ଚା ସ୍ଥାନରେ ଓହଳି ହୁଅନ୍ତୁ । ନିଜ ମାଂସ ପେଶୀ ଟାଣ ହେବା ସହ ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍‍ ରହିବ ।
୫. ପାହାଚ ଚଢ଼ନ୍ତୁ । ପାହାଚ ଚଢ଼ିବା ଦ୍ୱରା ଆପଣଙ୍କ ପାଦର ମାଂସପେଶୀ ଟାଣ ହେବ ।

ଏହା କରିବା ଦ୍ୱରା ଆପଣ ସୁସ୍ଥ ରହିବା ସହ କରୋନା ଓ ଓମିକ୍ରନ୍‍ ଭୂତାଣୁ ଠାରୁ ଦୂରରେ ରହିପାରିବେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories