www.samajalive.in
Thursday, December 11, 2025
23.1 C
Bhubaneswar

ଗୁଡି ମାଞ୍ଜାସୁୂତାରେ କଟି ଯୁବକ ଗୁରୁତର

ଗୁରୁଡିଝାଟିଆ: ଗୁଡି ଓ ମାଞ୍ଜାସୂତା ବ୍ୟବହାରକୁ ପ୍ରଶାସନ ସଂପୂର୍ଣ୍ଣ ବାରଣ କରିଛନ୍ତି। ହେଲେ କିଛି ଅମାନିଆଙ୍କ ପାଇଁ ଆଜି କଖଡି ମହାନ୍ତିସାହି ନିକଟରେ ସୁଜିତ୍‍ କୁମାର ମଲ୍ଲିକ(୩୫) ନାମକ ଯୁବକ ମାଞ୍ଜାସୂତା ଦ୍ୱାରା ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନ ସମୟରେ ଆଠଗଡ ଥାନା କରିକୋଲ ଗ୍ରାମର ସ୍ୱର୍ଗତ ହରିହର ମଲ୍ଲିକ ଙ୍କ ପୁତ୍ର ସୁଜିତ୍‍ ଯେକି ଅର୍ବାନ ବ୍ୟାଙ୍କ ରେ କାର୍ଯ୍ୟରତ ଅଟନ୍ତି କଟକ ପାର୍ଶ୍ବରୁ ନିଜ ଗାଁ କରିକୋଲକୁ ଆସୁଥିବା ବେଳେ କଖଡି ମହାନ୍ତିସାହି ନିକଟରେ ମାଞ୍ଜାସୂତା ଗୋଡରେ ଗୁଡାଇ ହୋଇଯାଇଥିଲା। ଫଳରେ ଗୋଡର ପାଦ କଟି ରକ୍ତାକ୍ତ ହୋଇଯାଇଥିଲା।

ତତ୍‍କ୍ଷଣାତ୍‍ ଆହତ ଯୁବକଟି ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲା। ଗୁଡି ମାଞ୍ଜାସୂତା ଦ୍ୱାରା ଗୋଡ କଟି ଯାଇଥିବାରୁ ପ୍ରବଳ ରକ୍ତସ୍ରାବ ବନ୍ଦ ନହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡମେଡିକାଲକୁ ପଠାଯାଇଛି। ମାଞ୍ଜାସୂତା ଓ ଗୁଡି ଉଡାଇବା ପାଇଁ ପ୍ରଶାସନ ପକ୍ଷରୁ ବାରଣ ଥିବା ସତ୍ୱେ ରାସ୍ତା ପାର୍ଶ୍ବରେ ଗୁଡି ଉଡାଇ ପଥଚାରୀଙ୍କ ଜୀବନକୁ ବିପନ୍ନ କରୁଥିବା ଉତ୍ସୃଙ୍ଖଳିତ ଯୁବକଙ୍କ ବିରୋଧରେ ଚୌଦ୍ୱାର କମିସନରେଟ ପୁଲିସ ଅନୁଧ୍ୟାପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି। ଅପରପକ୍ଷରେ ମାଞ୍ଜାସୂତା ଦ୍ୱାରା କାହର ଯେ ବେକର ଲାଗି ଜୀବନ ଦୀପ ନିର୍ବାପିତ ନହେବ ଏକଥା କିଏ କହିବ? ତେଣୁ ସ୍ଥାନୀୟ ପୋଲିସ ତରୁନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବିମାନେ ଦାବି କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories