ଗୁରୁଡିଝାଟିଆ: କରୋନା କଟକଣା ପାଇଁ ଧବଳେଶ୍ୱର ଓ ଏହାର ସଂଲଗ୍ନ ଅଞ୍ଚଳରେ ପ୍ରଶାସନ ୧୪୪ଧାରା ଜାରି କରିଥିବାରୁ ଭକ୍ତଶୂନ୍ୟ ଭାବରେ ପ୍ରଭୂଙ୍କ ମକରପର୍ବ ପାଳିତ ହୋଇଛି। ନୀତିପାଳିଆ ଉମେଶ ଚନ୍ଦ୍ର ପତ୍ରୀ ବଡି ଭୋରରୁ ପହଡ ଖୋଲି ପ୍ରଭୂଙ୍କ ନୀତିକାର୍ଯ୍ୟ ଆରମ୍ଭ କରିଥିଲେ। ଆଳତୀ, ସ୍ନାନ, ବାଳଭୋଗ, ଖେଚୁଡିଭୋଗ ପ୍ରଭୂଙ୍କ ସମାପନ କରିଥିଲେ। ଏହାପରେ ପ୍ରଭୂଙ୍କୁ ଫୁଲରେ ସଜ୍ଜିତ କରିଥିଲେ। ପ୍ରଭୂ ଧବଳେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ବିମାନରେ ସ୍ଥାପନ କରାଯାଇ ବେଢା ପରିକ୍ରମା କରାଯାଇଥିଲା। ଧବଳେଶ୍ୱର ପୂଜକ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଭୂଙ୍କ କାର୍ଯ୍ୟକୁ ସଂପାଦନ କରିଥିଲେ। ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦେବୋତ୍ତର ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରଭୂଙ୍କ ମକରପର୍ବର ସମସ୍ତ ନୀତିକାନ୍ତିକୁ ଅନୁଧ୍ୟାନ କରିଥିଲେ।
Popular Categories



