www.samajalive.in
Saturday, December 13, 2025
26.1 C
Bhubaneswar

ବାପାମା’ ଯାଇଛନ୍ତି ଖଟିବାକୁ ଦାଦନ, ଦଶମ ଶ୍ରେଣୀ ଝିଅ ବିକିଲେ ଧାନ

ସିନ୍ଧେକେଲା: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଳଣ୍ଡା ପେକ୍ସ ରେ ଟୋକନ ପାଇ ଟୋକନ ର ସମୟ ଅବଧି ଶେଷ ହେଉ ଥିଲେହେଁ ଧାନ ବିକୁନଥିବା ଚାଷୀଙ୍କ ଘରକୁ ଘର ଯାଇ ତଦନ୍ତ କରିଥିଲେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ। ତେବେ ତଦନ୍ତ ସମୟର ଚିତ୍ର ଥିଲା ପୁରା ଅଲଗା। କେଉଁଠି ଘରେ ତାଳା ପଡିଥିଲା ତ କେଉଁଠି ଛୋଟ ପିଲା କିମ୍ବା ବୁଢାବୁଢୀ ଘର ଜଗିଥିବା ଦେଖିବାକୁ ମିଳିଥିଲା। ଚାଷୀ ଲକ୍ଷପତୀ ରଣାଙ୍କ ଘରକୁ ଯାଇଥୀବା ସମୟରେ ଘରେ ଜଣେ ଦଶମ ଶ୍ରେଣୀ ପଢୁଥିବା ଝିଅ ଓ ଜଣେ ଦ୍ବିତୀୟ ଶ୍ରେଣୀ ପଢୁଥିବା ଝିଅଙ୍କୁ ଛାଡି ବାପାମା’ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିବା ଜଣାପଡିଥିଲା। ଏହାକୁ ନେଇ ପରବର୍ତ୍ତି ସମୟରେ ପ୍ରଥମେ ଅଫିସର ଓ ରାଜନୈତିକ ମହଳରେ ବେଶ ଚର୍ଚ୍ଚା ହୋଇଥିଲା।

 

- Advertisement -

ଏହାକୁନେଇ ବିଜେପି ଓଡିଶା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ବଲାଙ୍ଗୀର ଜିଲା ବିଜେପି ସମ୍ପାଦକ ଅନୀଲ ନାଏକ, ସିନ୍ଧେକେଲା ମଣ୍ଡଳ ସଭାପତୀ ମୁନୀରାମ ନାଗ, ସିନ୍ଧେକେଲା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନୌରାଜ ରଣା , ଉପସଭାପତି ହେମନ୍ତ ସାହୁ , ଦାମୁ ସୁନା ପ୍ରମୁଖ ଅଳଣ୍ଡା ପହଞ୍ଚି ଚାଷୀ ଲକ୍ଷପତୀଙ୍କ ଘରକୁ ଯାଇ ତାଙ୍କର ଦୁଇ ଝିଅଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଦଶମ ଶ୍ରେଣୀ ପଢୁଥିବା ଲକ୍ଷପତିଙ୍କ ଝିଅ ଧାନ ବିକ୍ରି ପାଇଁ ଜିଲା ପ୍ରଶାସନରେ ଆଧାର ସଂଯୋଗ କରିବା ସହ ଆଖିର ସ୍କାନ କରିଥିଲେ ଏବଂ ତାଙ୍କର ଧାନ ବିକ୍ରି କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories