www.samajalive.in
Monday, December 8, 2025
24.1 C
Bhubaneswar

ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ସହର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ନେହୁରୁ ଯୁବକେନ୍ଦ୍ର  ଓ ଦିଗଦର୍ଶନ ୟୁଥ କ୍ଲବ ପକ୍ଷରୁ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗଦର୍ଶନ ୟୁଥ କ୍ଳବ ସଭାପତି ଉମାକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଜଗନ ମୋହନ ମହାପାତ୍ର, ସମ୍ମାନନୀୟ ଅତିଥି ଓଡିଶୀ ନୃତ୍ୟଗୁରୁ ଅଳକା ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଅଜିତ କୁମାର ସେଠୀ,  ଖବରଦାତା ଦେବହରୀ ବେହେରା, ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ କୁମାର ମହାରଣା, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ନେହୁରୁ ଯୁବକେନ୍ଦ୍ର ସମ୍ପାଦିକା ବିଜୟ ଲକ୍ଷ୍ମୀ ମହାଙ୍କୁଡ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ ଯୁବ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ,ନାଟ୍ୟ ନିର୍ଦେଶକ ତଥା ଓଡିଆ ଅଧ୍ୟାପକ ଡ଼କ୍ଟର ଗୌରୀ ଶଙ୍କର ଶତପଥୀ , ୩୯ ଥର ରକ୍ତଦାନ କରିଥିବା ମନୋଜ କୁମାର ବେହେରା,ସ୍ଵର୍ଣ ପଦକ ବିଜେତା ବଡ଼ିବିଲଡର ଜିତେଶ ଦାଶ, ଯୁବ ସମାଜସେବୀ ରାକେଶ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହିତ ଅଧ୍ୟାପକ ଡ଼କ୍ଟର ଗୌରୀ ଶତପଥୀ ଙ୍କ ଲିଖିତ “ସାହିତ୍ୟ ଭାରତୀ ଡ଼କ୍ଟର ବେଣୀ ମାଧବ ପାଢ଼ୀ” ପୁସ୍ତକ ଉନ୍ମୋଚନ ହୋଇଥିଲ। । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଯୁବ ପ୍ରତିଯୋଗୀ ମାନେ ନୃତ୍ୟ ପରିବେଶଣ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ଉଦଜାପାନୀ ଉତ୍ସବରେ ଖେଳ ଶିକ୍ଷକ ତଥା କଳାକାର ପ୍ରୀତରଞ୍ଜନ ପ୍ରଧାନ, ମଧୁ ସୁଦନ ମିଶ୍ର (ଆନ୍ନା )କଳାକାର ଯୋଗଦେଇ ଶ୍ରେଷ୍ଠ କଳା ପରିବେଷଣ କରଥିବା ଯୁବକ, ଯୁବତୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କରୋନା କଟକଣା ଅନୁଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ଼ି. ଦେବ ହରି ରେଡି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories