www.samajalive.in
Monday, December 8, 2025
24.1 C
Bhubaneswar

କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂର କରେ ଏହି ଉପାୟ

ନିଜର ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ଦ୍ୱାରା କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂର କରିବାରେ ବେଶ ସହାୟକ ହୋଇଥାଏ। ନିଜ ଖାଦ୍ୟରେ ଫାଇବର ଯୁକ୍ତ ଭୋଜନ ସାମିଲ କରିବା, ଅନେକ ତରଳ ଜାତୀୟ ଖାଦ୍ୟର ସେବନ ଦ୍ୱାରା ଖୁବ ଲାଭ ମିଳିଥାଏ।
ପ୍ରତ୍ୟେକ ଦିନ ଗୋଟିଏ ସମୟରେ ଭୋଜନ କରନ୍ତୁ। ଗୋଟିଏ ସମୟରେ ଭୋଜନ କରିବା ଦ୍ୱାରା ମେଟାବୋଲିଜିୟମ ସ୍ତର ସଠିକ ରହିଥାଏ। ଅସମୟରେ ଭୋଜନ କରିବା ଦ୍ୱାରା ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଶରୀରରେ ପାଣିର ଅଭାବ କୋଷ୍ଠକାଠିନ୍ୟର ମୁଖ୍ୟକାରଣ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
ନିଜ ଖାଦ୍ୟରେ ଫଳ ଓ ପନିପରିବା ସାମିଲ କରନ୍ତୁ। ସେଓ, ବିନସ, ଖଟାଫଳ, ଗାଜର ଆଦି ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଅଧିକ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ।
ଭୋଜନ କରିବା ସମୟରେ ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଯାହାଦ୍ୱାରା ଖାଦ୍ୟ ହଜମରେ ସହାୟକ ହେବା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଖାଦ୍ୟ ଭଲ ଭାବେ ଚୋବାଇ ନଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
ନିୟମିତ ବ୍ୟାୟାମ କରିବା ସହ କିଛି ସମୟ ଚାଲନ୍ତୁ। ଫଳରେ ଖାଦ୍ୟ ଭଲରେ ହଜମ ହେବା ସହ କୋଷ୍ଠାକଠିନ୍ୟ ଦୂର ହୋଇଥାଏ।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories