www.samajalive.in
Saturday, December 13, 2025
26.1 C
Bhubaneswar

କାବୁଲ ବିମାନ ବନ୍ଦରରେ ହଜିଯାଇଥିବା ଶିଶୁ ଚାରିମାସ ପରେ ପରିବାର ପାଖକୁ ଫେରିଲା

କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀର କାବୁଲ ଦଖଲ ସମୟରେ ନିଜ ଜୀବନ ବଞ୍ଚାଇବାକୁ ପ୍ରୟାସୀ କାବୁଲ ବାସିନ୍ଦା ସେଠାରୁ ପଳାୟନ କରିବାକୁ ଦିନରାତି କାବୁଲ ବିମାନ ବନ୍ଦରରେ ଭିଡ ଜମାଇଥିଲେ । ସେହି ସମୟରେ କାବୁଲ ବିମାନ ବନ୍ଦରରେ ହଜିଯାଇଥିବା ଏକ ଶିଶୁପୁତ୍ର ଚାରିମାସ ପରେ ନିଜ ପରିବାର ଲୋକଙ୍କ ସହିତ ମିଳିତ ହୋଇଛି । ସେମାନଙ୍କ ମିଳନ ସମୟର ଭାବବିହ୍ୱଳ ଦୃଶ୍ୟ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି । କିନ୍ତୁ ସେ ଏଯାଏ ନିଜ ପିତାମାତାଙ୍କ ସହିତ ମିଳିତ ହୋଇପାରିନଥିବା ଜଣାଯାଇଛି ।
ଜଣାଯାଇଛି ଯେ ୨୦୨୧ ଅଗଷ୍ଟ ୧୯ ତାରିଖରେ ସୋହେଲ ଅହମଦି ନାମକ ଏହି ଶିଶୁପୁତ୍ର କାବୁଲ ବିମାନ ବନ୍ଦରରେ ନିଜ ପିତାମାତଙ୍କ ନିକଟରୁ ଅଲଗା ହୋଇଯାଇଥିଲା । କାବୁଲରୁ ପଳାଇ ଯିବାକୁ ଚାହୁଁଥିବା ସୋହେଲର ପିତାମାତା ତାକୁ ବିମାନ ବନ୍ଦରରେ ମୁତୟନ ଥିବା ବିଦେଶୀ ସୈନ୍ୟଙ୍କୁ ଦେଇ ଦେଇଥିଲେ । ସେତେବେଳେ ସୋହେଲକୁ ମାତ୍ର ଦୁଇମାସ ବୟସ ହୋଇଥିଲା । ସୋହେଲକୁ ହସ୍ତାନ୍ତର କରିବା ପରେ ତାହାର ପିତା ମାତା ବିମାନ ବନ୍ଦର ମଧ୍ୟକୁ ଯାଇ ପୁଅକୁ ଖୋଜିଥିଲେ ମଧ୍ୟ ସେ ମିଳିନଥିଲା । ଏହାପରେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ଆମେରିକା ପଳାଇ ଯାଇଥିଲେ । ସେଠାରେ ଥାଇ ପୁଅକୁ ଖୋଜିଥିଲେ ମଧ୍ୟ ତାହାର ସନ୍ଧାନ ପାଇନଥିଲେ । ଏପରିକି ସେମାନେ ତାହାର ଫଟୋ ବିଦେଶୀ ସୈନ୍ୟଙ୍କୁ ଦେଖାଇଥିଲେ ମଧ୍ୟ ସେମାନେ ଶିଶୁର ଠିକଣା ଦେଇପାରିନଥିଲେ । ଜଣାଯାଇଛି ଯେ କାବୁଲର ଜଣେ ଟ୍ୟାକ୍ସି ଡ୍ରାଇଭର ହମିଦ ଶାଫି ଶିଶକୁ ବିମାନ ବନ୍ଦର ମଧ୍ୟରେ ପାଇବା ପରେ ତାକୁ ନିଜ ଘରକୁ ନେଇଯାଇଥିଲେ । ସେ ତାକୁ ନିଜ ପାଖରେ ରଖିବାକୁ ଚାହିଁଥିଲେ । କିନ୍ତୁ ଏଥିରେ ତାଲିବାନ ପୁଲିସ ହସ୍ତକ୍ଷେପ କରିବା ପରେ ସେ ଶିଶୁକୁ ତାହାର ପରିବାର ଲୋକଙ୍କୁ ଫେରାଇ ଦେଇଛନ୍ତି । ଶିଶୁଟି ନିଜର ଜେଜେ ବାପା ଏବଂ ଅନ୍ୟ ପରିବାର ଲୋକଙ୍କ ନିକଟକୁ ଫେରିଆସିଛି । କିନ୍ତୁ ତାହାର ବାପା ମା’ ମୀର୍ଜା ଅଲି ଅହମଦି ଓ ସୁରାୟା ଆମେରିକାରେ ଥିବାରୁ ସେମାନେ ପୁଅକୁ ଏପର୍ଯ୍ୟନ୍ତ ଦେଖିପାରିନାହାନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories