www.samajalive.in
Sunday, December 14, 2025
26.1 C
Bhubaneswar

ଦରଦୀ ମଣିଷ ଅନ୍ତର ଭାଇଙ୍କ ବିୟୋଗ

ହରଭଙ୍ଗା : ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୩୫ବର୍ଷ ଧରି ଲୋକଙ୍କ ସେବାରେ କାମ କରୁଥିଲେ ଅନ୍ତର ଭାଇ। ପେଶାରେ ସେ ଜଣେ କ୍ଷୀର ବ୍ୟବସାୟୀ ସତ,ମାତ୍ର ନିଶା ହେଉଛି ଲୋକଙ୍କ ସେବା। ଦୀର୍ଘ ବର୍ଷଧରି ଧଳପୁର ଭଳି ଏକ ଛୋଟ ଗ୍ରାମରୁ ୧୫କିଲୋମିଟର ସାଇକେଲରେ କ୍ଷୀର ଆଣି ପୁରୁଣାକଟକ, ଚାରିଛକ ବଜାରରେ ବ୍ୟବସାୟ କରୁଥିଲେ। ସେତେବେଳେ ଯୋଗାଯୋଗ ସୁବିଧା ନଥିବାରୁ ଲୋକଙ୍କ ପାଇଁ ଔଷଧ ଠାରୁ ଆରମ୍ଭ କରି ଚିଠି ପତ୍ର ନେବା ଆଣିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସୂଚାରୁରୂପେ କରୁଥିଲେ। ଖାଲି ସେତିକି ନୁହେଁ ପୁରୁଣାକଟକରୁ ଖବରକାଗଜ ନେଇ ତିଲେଶ୍ୱର, ଧଳପୁର ଅଂଚଳର ଲୋକଙ୍କ ଘରେ ପହଞ୍ଚାଉଥିଲେ। ଏଭଳି କାର୍ଯ୍ୟକରି ବହୁଲୋକଙ୍କୁ ସେ ଆପଣାର କରିପାରିଥିଲେ। ଧଳପୁର ଅଂଚଳର ଜଣାଶୁଣା ଅନ୍ତର ଭାଇଙ୍କ ଶନିବାର ମୃତ୍ୟୁ ଘଟିଛି । ଏଭଳି ଜଣେ ଦରଦୀ ପରୋପକରୀ ମଣିଷକୁ ହରାଇବା ପୁରୁଣାକଟକ, ଧଳପୁର ଏବଂ ତିଲେଶ୍ୱର ଅଂଚଳର ଲୋକଙ୍କୁ ବହୁମାତ୍ରାରେ ମର୍ମାହତ କରିଛି । ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ଘରକୁ ଫେରାଇନେଇଥିଲେ। ମାତ୍ର ଆଜି ଭୋରରୁ ତାଙ୍କର ଘରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁଖବର ଜଣାପଡିବାପରେ ଜଣାଶୁଣା ପରିଚିତ ମହଲରେ ଶୋକରଛାୟା ଖେଳିଯାଇଛି। ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ବନ୍ଧୁବତ୍ସଳ,ଧର୍ମପରାୟଣ, ଅତ୍ୟନ୍ତ ଦରଦୀ ମଣିଷ ଥିଲେ। ତାଙ୍କର ଦୁଇ ପୁଅ,ଏକମାତ୍ର ଝିଅ,ସହ ପତ୍ନୀ ଅଛନ୍ତି। ତୁରନ୍ତ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଦାବୀ ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories