www.samajalive.in
Saturday, December 13, 2025
26.1 C
Bhubaneswar

ଦୈନିକ ୧୦ ଲକ୍ଷ ଛୁଇଁବ କରୋନା ସଂକ୍ରମଣ !

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ୍‍ ଯୋଗୁ ଦେଶରେ ତୃତୀୟ ଲହର ଆସିଛି । ଓମିକ୍ରନ ଯୋଗୁ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ, ସଂକ୍ରଣକୁ ନେଇ ପୁଣି ଆସିଲା ଚିନ୍ତା ଜନକ ତଥ୍ୟ । ସୂଚନା ଅନୁସାରେ ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍ସ ଓ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏପରି ସୂଚନା ଦିଆଯାଇଛି ।

ଆଇଆଇଏସସି ଓ ଆଇଏସ୍ଆଇ ପକ୍ଷରୁ ଆହୁରି କୁହାଯାଇଛି କି, ଏହି ସଂକ୍ରମଣ ଦୈନିକ ୧୦ ଲକ୍ଷ ଛୁଇଁପାରେ । ତାହା ସହ ଏହି ସଂକ୍ରମଣ ଦେଶର ଅନେକ ରାଜ୍ୟରେ ଜାନୁୟାରୀ ମଧ୍ୟଭାଗରୁ ଫେବୃଆରୀ ମଧ୍ୟଭାଗ ଯାଏ ବୃଦ୍ଧି ହେବ । ମାର୍ଚ୍ଚ ଆରମ୍ଭରୁ ସଂକ୍ରମଣ ହ୍ରାସ ଘଟିବ ବୋଲି କୁହାଯାଇଛି । ମଡେଲର ସୂଚନା ଅନୁଯାୟୀ ଦିଲ୍ଲୀରେ ଜାନୁୟାରୀ ମଧ୍ୟଭାଗରେ ସଂକ୍ରମଣ ଶୀର୍ଷ ଛୁଇଁବ । ପରେ ପରେ ତାମିଲନାଡୁରେ ଫେବୃୟାରୀ ପ୍ରଥମ ସପ୍ତାହରେ ସଂକ୍ରମଣ ବୃଦ୍ଧି ଘଟିବ । ଜାନୁଆରୀ ଶେଷ ବେଳକୁ କରୋନା ପିକରେ ପହଞ୍ଚିବ ବୋଲି ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ବାଲ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି, ଜାନୁଆରୀ ଶେଷ ବେଳକୁ ଦୈନିକ ସଂକ୍ରମଣ ୪ରୁ ୮ ଲକ୍ଷ ପର୍ୟ୍ୟନ୍ତ ହୋଇପାରେ । ତେବେ ତୃତୀୟ ଲହର ମାର୍ଚ୍ଚ ପରେ ରହି ନପାରେ ବୋଲି ଅଗ୍ରଓ୍ବାଲ କରିଛନ୍ତି । ଏଥି ସହିତ ଲକଡାଉନର ଆବ୍ୟାକତା ରହିଥିବା ସେ ତାଙ୍କ ମତରେ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories