www.samajalive.in
Saturday, December 13, 2025
21.1 C
Bhubaneswar

ଆଇଟିଆଇ ଶିକ୍ଷା ନବୀଶଙ୍କୁ ସାର୍ଟିଫିକେଟ ପ୍ରଦାନ

ଯାଜପୁର  : ଦକ୍ଷତାର ବିକାଶ ଯେ କୈାଣସି ରାଷ୍ଟ୍ରକୁ ମଜବୁତ କରିଥାଏ ବୋଲି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।  ଶୁକ୍ରବାର  ପୂର୍ବାହ୍ନରେ ବିଂଝାରପୁର ବ୍ଲକ ମାଁସଢା ସ୍ଥିତ ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନ ଠାରେ ତାରିଣୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ମାଗଣାରେ ଆଇଟିଆଇ ଶିକ୍ଷା ଲାଭ କରିଥିବା ୧୮ ଜଣ ଶିକ୍ଷା ନବୀଶଙ୍କୁ ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ଅନୁୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ଜ୍ଞାନ ବା ଶିକ୍ଷାର କୈାଣସି  ବିକଳ୍ପ ନାହିଁ।  ନିଜକୁ ଶିକ୍ଷିତ ଓ ଦକ୍ଷତା ହାସଲ କରିଥିବା ପିଲା ମାନେ ନିଜ ପରିବାର କାହିଁକି ସମଗ୍ର  ରାଜ୍ୟ ଓ  ଦେଶ ପାଇଁ ଗୋଟିଏ ଗୋଟିଏ ସମ୍ୱଳ ବୋଲି କହିଥିଲେ।  ତାରିଣୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ଓ  ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନ ଅସୁବିଧାଜନକ ସ୍ଥିତିରେ ରହୁଥିବା ଗରିବ ପିଲା ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଯେଊଁ ସହଯୋଗ କରୁଚ୍ଥନ୍ତି ତାହା ଅନନ୍ୟ ଓ ପ୍ରେରଣାଦାୟକ ବୋଲି ସେ କହିଥିଲେ ।  ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶିକ୍ଷା ଓ ଧନ୍ଦା ମୂଳକ ଶିକ୍ଷା ଜଣକୁ ଅଧିକ ସଶକ୍ତ କରେ। ଏହି ପିଲାମାନେ ଯେ ହେତୁ ଦକ୍ଷତା ଓ କୌଶଳରେ ବିକଶିତ ସେମାନେ ସମାଜ ପାଇଁ ଊଦାହରଣ ସୃଷ୍ଟି କରିପାରିଚ୍ଥନ୍ତି ଯାହାକି, ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ । ଅନୁଷ୍ଠାନର ସେବା ମନୋବୃତ୍ତିକୁ ଶ୍ରୀ ମଲ୍ଲିକ ପ୍ରଶଂସା କରିଥିଲେ।  ଜିଲ୍ଲା ପରିଷଦ ସଦସ୍ୟ ତଥା ତାରିଣୀ ଆଇଟିଆଇର ମୁଖ୍ୟ ଇଂ. ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀ ଓ ସଦସ୍ୟ ମାନେ ସହଯୋଗ କରିଥିଲେ ।  ୧୮ ଜଣ ପିଲାଙ୍କୁ ଅତିଥି ମାନେ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବାଳାଶ୍ରମର ଓ ଅନ୍ୟ ଶିଶୁ ପରିଚର୍ଯ୍ୟାକାରୀ  ଅନୁଷ୍ଠାନର ୯ ପିଲା ସାମିଲ ଅଛନ୍ତି ବୋଲି ଶ୍ରୀ କର ସୂଚନା ଦେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories