www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ସ୍ମାରକୀ ପତ୍ର ପ୍ରଦାନ

ବାଙ୍କୀ : ଶୁକ୍ରବାର ଦିନ ଅପରାହ୍ନରେ ବାଙ୍କୀ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ବିଜେପି ଓବିସି ମୋର୍ଚ୍ଚାର ପ୍ରତିନିଧି ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଏକ ୭ଦଫା ସମ୍ପଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଆଦିମାତା ଛକ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରୁ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓବିସି ମୋର୍ଚ୍ଚାର ସଦସ୍ୟ ମାନେ ସଂକ୍ଷିପ୍ତ ଭାବରେ ଏକ ମୋଟସାଇକେଲ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ଶତକଡା ୫୪ଭାଗ। ଗତ ୫ଟି ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗର ପ୍ରାର୍ଥୀ ମାନେ ୨୭% ସଂରକ୍ଷଣ ଆଧାରରେ ନିର୍ବାଚନ ଲଢିଛନ୍ତି। ମାତ୍ର ଆଗାମୀ ପଞ୍ଚାୟତ ନିର୍ବାଚନରେ  ଓବିସି ବର୍ଗ ନିର୍ବାଚନରେ ଭାଗନେବା ପାଇଁ ଦ୍ୱନ୍ଦାତ୍ମକ ପରିସ୍ଥିତ ସୃଷ୍ଟି ହୋଇଛି। ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ,ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା ବେଳେ ଓଡିଶା ସରକାର ଏ ସମ୍ପର୍କରେ ଉଦାସୀନ ରହିବା ଦୁର୍ଭାଗ୍ୟ ଜନକ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି। ଏଣୁ ଆଗାମୀ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ୱ କରିବା ପାଇଁ ପଛୁଆ ବର୍ଗଙ୍କୁ ନିଜର ସାମ୍ବିଧାନିକ ଅଧିକାରକୁ ଜାହିର କରି ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପାଇଁ ସୁନିଶ୍ଚିତ କରିବା ପାଇଁ ଓବିସି ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ବାଙ୍କୀ ବିଜେପିର ଆଗାଧାଡିର ନେତୃବୃନ୍ଧ ସଞ୍ଜୟ ରଣା,ପ୍ରସନ୍ନ ସ୍ୱାଇଁ,ବିନୋଦ ଦାସ,ବିପ୍ରବର ଲେଙ୍କା,ଲଲାଟେନ୍ଦୁ ସାମନ୍ତରାୟ,ଦୁଯ୍ୟୋଧନ ସାହୁ,ଅଶୋକ କୁମାର ରାଜ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories