www.samajalive.in
Tuesday, December 9, 2025
19.1 C
Bhubaneswar

ଇନଡେଲ୍‍ ମନିର ୧୦ଟି ଶାଖା ଖୋଲିଲା

ଭୁବନେଶ୍ୱର: ଇନଡେଲ୍‍ କର୍ପୋରେସନର ଛାମୁଆ କମ୍ପାନୀ ଇନଡେଲ୍‍ ମନି ଲିମିଟେଡ ନିଜର ସ୍ୱର୍ଣ୍ଣ ଋଣ ଉତ୍ପାଦ ଗୁଛକୁ ନେଇ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ରାଜ୍ୟବ୍ୟାପୀ ୧୦ଟି ଶାଖା ଖୋଲିଛି । ଖୋର୍ଦ୍ଧା (ଲୁଇସ ରୋଡ ଏବଂ ଭୁବନେଶ୍ୱର-ଖୋର୍ଦ୍ଧା), ପୁରୀ (ପିପିଲି ଓ ନିମାପଡା), କଟକ (ଲିଙ୍କରୋଡ, ସାଲେପୁର ଓ ଜଗତପୁର), ବାଲେଶ୍ୱର (ଏଫଏମ ଗୋଲେଇ ଏବଂ ବାଲେଶ୍ୱର) ଏବଂ ଯାଜପୁର ଟାଉନରେ ଏହି ଶାଖାଗୁଡିକୁ ଇନଡେଲ୍‍ ମନିର ନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଉମେଶ ମୋହନନ୍‍ ଏବଂ ଇନଡେଲ୍‍ ମନିର ବିଜନେସ ହେଡ ଜିଥ୍‍ ରାଜ, ଇନଡେଲ୍‍ ମନିର ଜୋନାଲ ହେଡ ଭି ବିଜୟ କୁମାର, ଓଡ଼ିଶାର ପ୍ରଶାସନିକ ମୁଖ୍ୟ ସନ୍ତୋଷ କୁମାର ପଣ୍ଡା ଉଦଘାଟନ କରିଛନ୍ତି । ଇନଡେଲ୍‍ ମନି ଓଡ଼ିଶାରେ ଆଉ ୧୫ଟି ଶାଖା ଖୁବଶୀଘ୍ର ଖୋଲିବ ଏବଂ ଏହାର ସମୁଦାୟ ସମ୍ପ୍ରସାରଣ ଅଭିଯାନ ଦ୍ୱାରା ରାଜ୍ୟରେ ୧୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ନିୟମିତ ସ୍ୱର୍ଣ୍ଣ ଋଣ ଉତ୍ପାଦଗୁଡିକ ସହିତ ଇନଡେଲ୍‍ ମନି ମଧ୍ୟ ୧ ବର୍ଷ ଓ ୨ ବର୍ଷିଆ ସ୍ୱର୍ଣ୍ଣ ଋଣ ଯୋଜନା ଭଳି ଦୀର୍ଘସୂତ୍ରୀ ସ୍ୱର୍ଣ୍ଣ ଋଣ ଯୋଗାଇଦେବ ବୋଲି ଇନଡେଲ୍‍ ମନିର ନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଉମେଶ ମୋହନନ୍‍ କହିଛନ୍ତି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories