www.samajalive.in
Thursday, December 11, 2025
16.1 C
Bhubaneswar

ଭାରତର ଶାନ୍ତି ପାଇଁ ମୁସଲମାନ ଆତ୍ମୋତ୍ସର୍ଗ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଆୟୋଜିତ ଧର୍ମ ସଂସଦରେ ଘୃଣାପୂର୍ଣ୍ଣ ଭାଷଣ ପ୍ରତିବାଦରେ ମୁସଲମାନମାନେ ଗଣ ଆତ୍ମବଳି ଦେବାକୁ ଜଣେ ବିଶିଷ୍ଟ ବିଦ୍ୱାନ ତଥା ଇତ୍ତେହାଦ-ଇ-ମିଲାତ କାଉନସିଲର ପ୍ରତିଷ୍ଠାତା ତକିର ରାଜା ଖାଁ ଆହ୍ୱାନ ଦେଇଛନ୍ତି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ତକିର ରାଜା ଖାଁ କହିଛନ୍ତି ଯେ, ମୁସଲମାନ ସମୁଦାୟ ଏହିଭଳି ଘଟଣା ପ୍ରତିବାଦରେ ଅତୀତରେ ସ୍ୱର ଉତ୍ତୋଳନ କରିଛନ୍ତି । ତେବେ ବର୍ତ୍ତମାନର ସରକାର କିଛି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି ।
ସେ କହିଛନ୍ତି ଯେ ଉଲେମାମାନେ ତିନିଥର ବୈଠକ ଆୟୋଜନ କରିଛନ୍ତି, କିନ୍ତୁ ଏହାକୁ ସେମାନେ କେବେହେଲେ ଧର୍ମ ସଂସଦ ବୋଲି କହିନାହାନ୍ତି । ନିକଟରେ ହରିଦ୍ୱାରରେ ଆୟୋଜିତ ଧର୍ମ ସଂସଦରେ ଯେଉଁଭଳି ଭାଷା ବ୍ୟବହାର କରାଯାଇଛି, ତାହା ମୁସଲମାନ ଉଲେମାମାନେ କଦାପି ବ୍ୟବହାର କରିପାରିବେ ନାହିଁ । ଉଲେମାମାନେ ଶାନ୍ତି, ଦେଶପ୍ରେମ ଏବଂ ଶିଷ୍ୟମାନଙ୍କ ପ୍ରତି ସ୍ନେହ ଭାବ ପ୍ରଦର୍ଶନ କରୁଛନ୍ତି । ଏଥିପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି ଏବଂ ମୁସଲମାନଙ୍କୁ ହତ୍ୟା କରିବାକୁ ସରକାର ତାଙ୍କ ଲୋକ ପଠାନ୍ତୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଆଜି ୨୦ ହଜାର ମୁସଲମାନ ସମବେତ ହୋଇ ନିଜକୁ ଉତ୍ସର୍ଗ କରିବେ । ଭାରତରେ ଶାନ୍ତି ସୁନିଶ୍ଚିତ କରିବାକୁ ଏହା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି ।
ଇସଲାମ ଧର୍ମର ଜଣେ ଗୁରୁତ୍ୱପୂର୍ଣ୍ଣ ଉଲେମା ଭାବରେ ବିବେଚିତ ହେଉଥିବା ତକିର ରାଜା ଖାଁ କହିଛନ୍ତି, ପ୍ରତି ଶୁକ୍ରବାର ମୁସଲମାନମାନେ ବହୁ ସଂଖ୍ୟାରେ ବରେଲିରେ ସମବେତ ହୋଇ ସେମାନଙ୍କର ପ୍ରତିବାଦ ଜଣାଇବେ । ଏଭଳି ସମାବେଶ ପାଇଁ ପୁଲିସ ଅନୁମତି ଦେଉନଥିଲେ ମଧ୍ୟ ସେମାନେ ସମବେତ ହେବେ । ସଂପ୍ରତି ଭାରତରେ ମୁସଲମାନମାନେ କେଉଁଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା ସାରା ବିଶ୍ୱ ଦେଖୁ ବୋଲି ଏହି ମୌଲବୀ କହିଛନ୍ତି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories