www.samajalive.in
Tuesday, December 9, 2025
15.1 C
Bhubaneswar

ଚିନାବାଦାମ କ୍ଷେତ ପ୍ରଦର୍ଶନ ପାଇଁ ଚାଷୀଙ୍କୁ ରିଆତି ଚିନାବାଦାମ ବିହନ ଯୋଗାଣ

ବାଙ୍କୀ : ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ବାଙ୍କୀ-ଡମପଡା ବ୍ଲକରେ ଚିନାବାଦାମ ଚାଷ କ୍ଷେତ ପ୍ରଦର୍ଶନ ନିମନ୍ତେ ଚାଷୀ ମାନଙ୍କୁ ରିଆତି ଦରରେ ଚିନାବାଦାମ ବିହନ ଯୋଗାଣ କରାଯାଇଛି। ଡମପଡା ବ୍ଲକ କୃଷି ସୂଚନା କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଶିମିଳିପୁର ପଞ୍ଚାୟତର କରବର ଗ୍ରାମରେ ୫୦ହେକ୍ଟର ଚିନାବାଦାମ ଚାଷ କରାଯିବା ପାଇଁ କୃଷି ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ପଠାଯାଇଥିଲା। ଚଳିତ ସପ୍ତାହରେ ବିଭାଗ ପକ୍ଷରୁ ଚାଷୀ ମାନଙ୍କ ପାଇଁ ବିହନ ଆସିବା ପରେ ଗୁରୁବାର ଦିନ କରବର ଗ୍ରାମରେ ଏହି ବିହନ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ସହକାରୀ କୃଷି ଅଧିକାରୀ ବିପି ରୋଜାଲିନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ୫୦ହେକ୍ଟର ଚାଷ ପାଇଁ ୭୫କ୍ୱିଣ୍ଟାଲ ଚିନାବାଦାମ ଯୋଗାଣ କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି। ସୂଚନା ଯୋଗ୍ୟ , ଗତ ଡିସେମ୍ବର ମାସରେ ଆଗ୍ରହୀ ଚିନାବାଦାମ ଚାଷୀ ମାନଙ୍କୁ ରିଆତି ବିହନ ଯୋଗାଇ ଦେବାପାଇଁ ସମାଜରେ ଏକ ଖବର ପ୍ରକାଶ ପାଇଥିଲା। ଆଜି ବିଳମ୍ବରେ ହେଲେ ମଧ୍ୟ ଚାଷୀ ମାନଙ୍କୁ ବିହନ ଯୋଗାଇ ଦିଆଯାଇଥିବାରୁ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା କ୍ଷେତରେ ଚାଷୀ ତୁରନ୍ତ ଚିନାବାଦାମ ଲଗାଇ ଲାଭବାନ ହେବେ ବୋଲି ଅନୁରୂପ ଆଶା ରଖିଛନ୍ତି। କରବର ଠାରେ ଯୋଗାଣ କାର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷି ଅଧିକାରୀ ଦୀପକ ରଞ୍ଜନ ନାୟକ ଏବଂ କୃଷି ମିତ୍ର ଶରତ ଚନ୍ଦ୍ର ସିଠ ଉପସ୍ଥିତ ରହି ଯୋଗାଣ କାର୍ଯ୍ୟ ପରିଚାଳନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories