www.samajalive.in
Thursday, December 11, 2025
16.1 C
Bhubaneswar

ପାରିବାରିକ ମାଲିକାନା ବ୍ୟବସାୟରେ ଭାରତ ତୃତୀୟ

ନୂଆଦିଲ୍ଳୀ: ପାରିବାରିକ ବ୍ୟବସାୟ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍‍ ଦେଶର ମାନ୍ୟତା ପାଇଛି। ଭାରତରେ ଏବେ ୧୧୧ଟି ସଂସ୍ଥା ପାରିବାରିକ ମାଲିକାନାରେ ପରିଚାଳିତ ହେଉଥିବା ବେଳେ ସେଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୮୩୯ ବିଲିୟନ୍‍ ଡଲାର। ଏ କ୍ଷେତ୍ରରେ ଚୀନ୍‍ ୧୫୯ଟି ଏଭଳି ସଂସ୍ଥା ସହିତ ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରେ ୧୨୧ଟି ପାରିବାରିକ ମାଲିକାନାରେ ପରିଚାଳିତ ସଂସ୍ଥା ରହିଛି।
କ୍ରେଡିଟ୍‍ ସୁସେ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ପ୍ରଦତ୍ତ ତଥ୍ୟାନୁଯାୟୀ ଏସିଆରେ ଜାପାନ୍‍କୁ ବାଦ୍‍ ଦେଲେ ପାରିବାରିକ ମାଲିକାନାରେ ଚାଲିଥିବା ସର୍ବାଧିକ କମ୍ପାନୀ ଚୀନ୍‍, ଭାରତ ଓ ହଙ୍ଗକଙ୍ଗରେ ରହିଛି। ଏହି ତିନି ଦେଶର ମୋଟ ପାରିବାରିକ ସମ୍ପତ୍ତିର ମୂଲ୍ୟ ଅଣଜାପାନ ଅଞ୍ଚଳର ମୋଟ ପାରିବାରିକ ସମ୍ପତ୍ତିର ୬୫%। ତା ପଛକୁ କୋରିଆ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ ରହିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories