www.samajalive.in
Monday, December 8, 2025
13.1 C
Bhubaneswar

ସୋନୁ ନିଗମ କରୋନା ପଜିଟିଭ୍‍

ନୂଆଦିଲ୍ଲୀ: ବଲିଉଡ ଗାୟକ ସୋନୁ ନିଗମଙ୍କୁ କରୋନା । ସୋନୁ ନିଗମ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସୋନୁ ନିଗମଙ୍କ ସହ ତାଙ୍କ ପୁଅ ନିଭାନ୍ ଏବଂ ପତ୍ନୀ ମଧୁରିମା ନିଗମ ମଧ୍ୟ କୋରାନା ସଂକ୍ରମିତ ହୋଇଛନ୍ତି । ତେବେ ସୋନୁ ଦୁବାଇରେ ଥିବା ବେଳେ, ସେ ସେଠାରେ କ୍ୱାରାଣ୍ଟିନରେ ଅଛନ୍ତି । ଗାୟକ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜକୁ କରୋନା ପଜିଟିଭ୍ ବୋଲି ସୂଚନା ଦେବାବେଳେ ଲୋକଙ୍କୁ ନିଜର ଯତ୍ନ ନେବାକୁ କହିଛନ୍ତି । ଭିଡିଓ ସେୟାର କରି ସୋନୁ ଆହୁରି ମଧ୍ୟ କରିଛନ୍ତି, ‘ଆପଣ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା । ମୁଁ କୋଭିଡ୍ ପଜିଟିଭ୍ । ଅନେକ ଲୋକ ଏହା ଜାଣନ୍ତି ଏବଂ ଅନେକେ ଜାଣନ୍ତି ନାହିଁ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମୁଁ କୋଭିଡ ପଜିଟିଭ୍ ବୋଲି ଅନୁଭବ କରେ ନାହିଁ । ମୁଁ ଦୁବାଇରେ ଅଛି । ଓଡିଶାର ଭୁବନେଶ୍ୱରରେ ସୁପର ସିଙ୍ଗର ସିଜନ ୩ ସୁଟିଂ ଥିଲା । ହେଲେ ମୋର ରିପୋର୍ଟ ପଜିଟିଭ୍‍ ଆସିଛି ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories