www.samajalive.in
Sunday, December 14, 2025
14.1 C
Bhubaneswar

୧୫-୧୮ ବର୍ଷ ବୟସ୍କଙ୍କ ପାଇଁ ଆସନ୍ତାକାଲିଠାରୁ ପଞ୍ଜୀକରଣ ; ୩ରୁ ଟିକାକରଣ

ନୂଆଦିଲ୍ଲୀ :  ଜାନୁଆରୀ ପହିଲା ଅର୍ଥାତ ଆସନ୍ତାକାଲିଠାରୁ ୧୫-୧୮ ବର୍ଷ ବୟସ୍କ ପିଲାମାନେ ଟିକାନେବା ପାଇଁ କୋୱିନ ପ୍ଲାଟଫର୍ମରେ ଅନଲାଇନ ପଞ୍ଜୀକରଣ କରାଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବରରେ କରିଥିବା ଘୋଷଣା ଅନୁଯାୟୀ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସୋମବାର ୩ ତାରିଖ ଠାରୁ ଟିକାକରଣ ଆରମ୍ଭ କରାଯିବ। ଅନଲାଇନ ପଞ୍ଜୀକରଣ ନ କରି ପାରିଲେ  ଜାନୁଆରୀ ୩ରୁ ଟିକାକରଣ ଆରମ୍ଭ ହେବା ପରେ ନିଜେ ଟିକା କେନ୍ଦ୍ରକୁ ଯାଇ କୋୱିନ ଅଫଲାଇନ ପଞ୍ଜୀକରଣର ଲାଭ ନେଇପାରିବେ। ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବେଳ ସେହିମାନେ ହିଁ  ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି।

୧୫-୧୮ ବର୍ଷ ବୟସ୍କ ବୟସବର୍ଗର ଜନସଂଖ୍ୟାକୁ କେବଳ ’କୋଭାକ୍ସିନ’ ହିଁ ଦିଆଯିବ। ଏଥିନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ର ଅତିରିକ୍ତ ଡୋଜ୍‌ ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଆସନ୍ତା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ ଯୋଗାଣ ଆରମ୍ଭ କରିଛନ୍ତି। ଏହି ବୟସ ବର୍ଗଙ୍କ ଟିକାକରଣ ସଂକ୍ରାନ୍ତରେ ସମସ୍ତ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରାଯିବ। ହିତାଧିକାରୀମାନଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହି ସମୟରେ ଏଇଏଫଆଇ ପାଇଁ ସେମାନଙ୍କର ଅନୁଧ୍ୟାନ କରାଯିବ। ୨୮ ଦିନ ପରେ ହିଁ ସେମାନେ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଯୋଗ୍ୟ ହେବେ। ରାଜ୍ୟମାନେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିପାରିବେ। ସ୍ୱତନ୍ତ୍ର ସମର୍ପିତ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଟିକାକରଣରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ୧୫-୧୮ ବର୍ଷ ପିଲା ଏବଂ ଅନ୍ୟ ବୟସ ବର୍ଗର ପିଲାମାନଙ୍କୁ ଟିକା ଦେବା କ୍ଷେତ୍ରରେ ଯେପରି କୌଣସି ଭ୍ରମ ସୃଷ୍ଟି ନହେବ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟମାନଙ୍କୁ ଭିନ୍ନ ଟିକାକରଣ ଦଳ ଓ ଭିନ୍ନ ଧାଡ଼ି ବ୍ୟବସ୍ଥା କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ପିଲାଙ୍କ ପାଇଁ ଅଲଗା ଓ ବୟସ୍କଙ୍କ ପାଇଁ ଅଲଗା ଧାଡ଼ି ରହିବ। ଯାହାଫଳରେ ଟିକାକରଣ କ୍ଷେତ୍ରରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ଦୂର କରାଯାଇ ଏହାକୁ ସୁବ୍ୟବସ୍ଥିତ କରା ଯାଇପାରିବ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories