www.samajalive.in
Thursday, December 11, 2025
16.1 C
Bhubaneswar

ଜାତୀୟ ସବ୍‍ଜୁନିୟର ଓ କ୍ୟାଡେଟ୍‍ ଅସୀଚାଳନା ଚମ୍ପିଆନ୍‍ସିପ

କଟକ : ଜବାହରଲାଲ ଇନ୍‍ଡୋର ଷ୍ଟାଡିୟମ୍‍ରେ ଚାଲିଥିବା ଜାତୀୟ ସବ୍‍ଜୁନିୟର ଓ କ୍ୟାଡେଟ୍‍ ଅସୀଚାଳନା (ଫେନ୍‍ସିଂ) ଚମ୍ପିଆନ୍‍ସିପ୍‍ରେ ଶୁକ୍ରବାର ଥିଲା ୩ୟ ଦିନ। ୩ୟ ଦିନରେ ୩ଟି ଲେଖାଏଁ ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲ ସମ୍ପନ୍ନ ହୋଇଛି। ଓଡ଼ିଶା ରାଜ୍ୟ ଫେନ୍‍ସିଂ ଆସୋସିଏସନ୍‍ ଆନୁକୂଲ୍ୟରେ ଚାଲିଥିବା ଏହି ଚମ୍ପିଆନ୍‍ସିପ୍‍ର ଦଳଗତ ବିଭାଗରେ ମଣିପୁର ୨ଟି ଓ କେରଳ ଗୋଟିଏ ଟାଇଟଲ ଜିତିଛନ୍ତି।
କ୍ୟାଡେଟ୍‍ ବାଳିକା ଫଏଲ୍‍ ଓ ୧୪ ବର୍ଷରୁ କମ୍‍ ବାଳକ ଫଏଲ୍‍ର ଦଳଗତ ଇଭେଣ୍ଟରେ ମଣିପୁର ଚମ୍ପିଆନ୍‍ ହୋଇଛି। କ୍ୟାଡେଟ୍‍ ବାଳିକା ଫଏଲ୍‍ ଫାଇନାଲରେ କେରଳକୁ ହରାଇ ମଣିପୁର ଚମ୍ପିଆନ୍‍ ହୋଇଛି। ମଣିପୁର ଦଳରେ ଡବ୍ଲ୍ୟୁ. ସୋନିଆ, ଖୁସ୍‍ବୁରାଣୀ ଓ ଏମ୍‍. ମୋନା ଥିବା ବେଳେ କେରଳ ଦଳରେ କାଙ୍ଗାଲକ୍ଷ୍ମୀ, ରେଜିନ୍‍ ମାରିଆ ଥମାସ୍‍, ଜଏସ୍‍ ଆସିତା ଥିଲେ। ତାମିଲନାଡ଼ୁ ଓ ଚଣ୍ଡିଗଡ଼ ବ୍ରୋଞ୍ଜ୍‍ ପଦକ ପାଇଛନ୍ତି। ୧୪ ବର୍ଷରୁ କମ୍‍ ବାଳକ ଫଏଲ୍‍ରେ ହରିୟାଣାକୁ ହରାଇ ମଣିପୁର ଚମ୍ପିଆନ୍‍ ହୋଇଛି। ମଣିପୁର ଦଳରେ ଲୋୟୁମ୍ବା, ଓ.କେ. ଡେମିସ୍‍ ଓ ୟାଇଫାବା ଥିବା ବେଳେ ହରିୟାଣା ଦଳରେ ଅଭିନବ, ପାରସ ଓ ଅକ୍ସ ଗୋୟଲ ଥିଲେ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ବ୍ରୋଞ୍ଜ୍‍ ପଦକ ପାଇଥିଲେ। ୧୪ ବର୍ଷରୁ କମ୍‍ ବାଳିକା ସାବ୍‍ର ଦଳଗତ ଇଭେଣ୍ଟରେ ମହାରାଷ୍ଟ୍ରକୁ ହରାଇ କେରଳ ଚମ୍ପିଆନ୍‍ ହୋଇଛି। ହରିୟାଣା ଓ ମଣିପୁର ବ୍ରୋଞ୍ଜ୍‍ପଦକ ପାଇଛନ୍ତି। ସବ୍‍ଜୁନିୟର ବାଳିକା ଏପି ବ୍ୟକ୍ତିଗତ ଇଭେଣ୍ଟରେ ପଞ୍ଜାବର ଗୋବିନ୍ଦନୁର କୌରଙ୍କୁ ହରାଇ ମଣିପୁରର ଏସ୍‍. ନେଲ୍‍ସାଇରୋଜ୍‍ ଚମ୍ପିଆନ୍‍ ହୋଇଛନ୍ତି। କ୍ୟାଡେଡ୍‍ ବାଳିକା ଏପି ଇଭେଣ୍ଟରେ ପଞ୍ଜାବର ଅନୁଷ୍କା ଧାଲିୱାଲଙ୍କୁ ହରାଇ କର୍ଣ୍ଣାଟକର ଅଦିତ୍ରି ଚମ୍ପିଆନ୍‍ ହୋଇଛନ୍ତି। କ୍ୟାଡେଟ୍‍ ବାଳକ ସାବ୍‍ର ଇଭେଣ୍ଟରେ ଛତିଶଗଡ଼ର ସେରମ୍‍ ବିଜୁ ମୈତେଇଙ୍କୁ ହରାଇ ସର୍ଭିସେସ୍‍ର ଓଇନାମ୍‍ ଯୁବରାଜ ସିଂହ ଚମ୍ପିଆନ୍‍ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ କିଛି ପଦକ ବିଜେତାଙ୍କୁ ପୁରସ୍କୃତ କରା ଯାଇଥିଲା। ଉଦ୍‍ଯାପନୀ ଉତ୍ସବ ଅନୁଷ୍ଠିତ ହେବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories