ନୂଆଦିଲ୍ଲୀ: ବିଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ । ସବୁଠୁ ଅଧିକ କରୋନା ସଂକ୍ରମଣ ୟୁକେରେ ବଢ଼ୁଥିବା ନଜର ଆସିଛି । ଏହା ପଛରେ ଏବ ବଡ଼ କାରଣ ଥିବା ମଧ୍ୟ ଅନୁମାନ କରାଯାଉଛି । ୟୁକେରେ ବହୁ ଲୋକ କରୋନା ଟିକା ନେଇନଥିବା ବେଳେ, କରୋନା ସଂକ୍ରମଣ ଏଥିପାଇଁ ବଢ଼ୁଥିବା କୁହାଯାଇଛି । ସୂଚନା ଅନୁଯାୟୀ ଏକ ହସ୍ପିଟାଲର ଆଇସିୟୁ ଡାକ୍ତର ଏନେଇ କହିଛନ୍ତି । କିଛି ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପରେ ସେମାନଙ୍କ ଟିକାକରଣ କରାଇବାକୁ ଅନୁରୋଧ କରୁଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ କରୋନାରେ ସଂକ୍ରମଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଛନ୍ତି । ଯେଉଁ ମାନେ କି ଟିକା ନେଇନାହାନ୍ତି । ଯାହାଫଳରେ ଲଣ୍ଡନରେ ଟିକାକରଣର ହାର ବହୁତ କମ୍ ରହିଛି । ସମ୍ପୂର୍ଣ୍ଣ ୟୁକେରେ ମାତ୍ର ୬୧ ପ୍ରତିଶତ ଲୋକ ଦୁଇଟି ଯାକ ଡୋଜ୍ ନେଇଛନ୍ତି ।
ସବୁଠୁ ବଡ଼ କଥା ହେଉଛି ବିବିସି ରେଡିଓରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ପ୍ରଫେସର ପିୟର୍ସ କହିଛନ୍ତି, ବର୍ତ୍ତମାନ ଆମର ଆଇସିୟୁରେ ଯେତେ ବି କରୋନା ରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରୁ ୮୦ରୁ ୯୦% ଲୋକ ଟିକା ନେଇନାହାନ୍ତି । ଆଉ ଯେଉଁ ମାନେ ନୂଆକରି ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ତାଙ୍କୁ ଆମେ ଟିକା ନେଇଛନ୍ତି କି ନାହିଁ ପଚାରୁଛୁ । ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ମଧ୍ୟ ଶଯ୍ୟାର ବ୍ୟବସ୍ଥା କରାଯାଉଛି ।
ବର୍ତ୍ତମାନ ୟୁକେରେ କରୋନା ସଂକ୍ରମଣ ଦୃତଗତିରେ ବଢ଼ୁଛି । ଭାରତରେ ବି ଧୀରେ ଧୀରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ କରୋନା ଟିକା ନେବା ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି । ଟିକାନେବା ଦ୍ୱାରା କରୋନାର ସଂକ୍ରମଣ କମ୍ ହେବାର ସମ୍ଭାବନା ରହିଛି ।



