www.samajalive.in
Saturday, December 13, 2025
21.1 C
Bhubaneswar

ମଣିପୁରରେ ଆଇଇଡି ବିସ୍ଫୋରଣ; ଫରେନସିକ ଦଳର ଯାଞ୍ଚ ଆରମ୍ଭ

ଇମ୍ଫାଲ: ମଣିପୁର ରାଜଧାନୀ ଇମ୍ଫାଲରେ ଥିବା ଗାଲାମାଲଗୋଦାମ ତେଲିପାଟି ନିକଟରେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ବୁଧବାର ଭୋର ପ୍ରାୟ ୩.୩୦ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଗୋଦାମର ଫାଟକ ନଷ୍ଟ ହୋଇଯାଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିବା ପରେ ଫରେନସିକ ଦଳ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ପୋରାମପତ୍‍ ଥାନାର ଉପ ଆରକ୍ଷୀ ନିରୀକ୍ଷକ କହିଛନ୍ତି ଯେ ସମସ୍ତେ ଶୋଇଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ସେଥିପାଇଁ ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ଏହା ପଛରେ କାହାର ସଂପୃକ୍ତି ରହିଛି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories