www.samajalive.in
Monday, December 8, 2025
24.1 C
Bhubaneswar

ଦେଶରେ ୬୫୩୧ ନୂଆ କରୋନା ରୋଗୀ; ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୫୧ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧିପାଇଛି। ଏହି ସମୟରେ ମଧ୍ୟରେ ୭୧୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସଂପ୍ରତି ଆରୋଗ୍ୟ ହାର ୯୮.୪୦% ରହିଥିବା ଜଣାଯାଇଛି। ଦିଲ୍ଲୀରେ ସର୍ବାଧିକ ୧୪୨ ଜଣ ଓମିକ୍ରନ ପ୍ରକରଣରେ ସଂକ୍ରମିତ ହୋଇଥିବାବେଳେ ମହାରାଷ୍ଟ୍ର ୧୪୧, କେରଳ ୫୭, ଗୁଜରାଟ ୪୯, ରାଜସ୍ଥାନ ୪୩, ତେଲେଙ୍ଗନା ୪୧, ତାମିଲନାଡୁ ୩୪ ଓ କର୍ଣ୍ଣାଟକରେ ୩୧ ଜଣ ଏହି ପ୍ରକରଣରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ମଧ୍ୟପ୍ରଦେଶରେ ୯, ଆନ୍ଧ୍ରପ୍ରଦେଶ ୬, ପଶ୍ଚିମବଙ୍ଗ ୬, ହରିଆଣା ୪, ଓଡ଼ିଶା ୪, ଚଣ୍ଡିଗଡ ୩, ଜମ୍ମୁ କାଶ୍ମୀର ୩, ଉତ୍ତରପ୍ରଦେଶ ୩, ହିମାଚଳପ୍ରଦେଶ ୧ ଓ ଲଦାଖରେ ଜଣେ ଚିହ୍ନଟ ହୋଇଛନ୍ତି।  ମହାରାଷ୍ଟ୍ରରେ ସର୍ବାଧିକ ୪୨ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବାବେଳେ ରାଜସ୍ଥାନରୁ ୩୦ ଓ ଦିଲ୍ଲୀରେ ୨୩ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ ୧,୪୧,୭୦,୨୫,୬୫୪ ପାନ କୋଭିଡ ଟିକା ଦିଆଯାଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଏପର୍ଯ୍ୟନ୍ତ ମୋଟ ୬୭.୨୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି। କୋଭିଡରୁ ୩,୪୨,୩୭,୪୯୫ ଜଣ ସୁସ୍ଥ ହୋଇସାରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories