www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ନୂଆ ମୋଡ଼

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ନୂଆ ମୋଡ଼ । ପଞ୍ଚାୟତ ନିର୍ବାଚନ ବାତିଲ କରିବାକୁ ରାଜ୍ୟପାଳଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଯାଇଛି । ମଧ୍ୟପ୍ରଦେଶ କ୍ୟାବିନେଟର ବୈଠକରେ ଆସିଥିବା ନିୟମାବଳୀ ପ୍ରତ୍ୟାହାର କରି ପଞ୍ଚାୟତ ନିର୍ବାଚନ ବାତିଲ କରିବାକୁ କୁହାଯାଇଥିବା ଜଣାପଡ଼ିଛି । ରାଜ୍ୟପାଳ ରାଜ୍ୟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେଇପାରିବେ ।

ତେବେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗର ସୂତ୍ରରୁ କୁହାଯାଇ଼ିଛି । ଡିସେମ୍ବର ୧୭ ରେ, ସୁପ୍ରିମକୋର୍ଟ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ କଂଗ୍ରେସ ଓ ବିଜେପି ପରସ୍ପରକୁ ଓବିସି ବିରୋଧୀ ବୋଲି ଅଭିଯୋଗ କରି ଆସୁଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories