www.samajalive.in
Sunday, December 14, 2025
23.1 C
Bhubaneswar

କର୍ଣ୍ଣାଟକରେ ଲାଗିଲା ନାଇଟ୍‍ କର୍ଫ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲାଗିଲା ନାଇଟ୍‍ କର୍ଫ୍ୟୁ କଟକଣା । ଆସନ୍ତା ମଙ୍ଗଳବାର ଠାରୁ ରାଜ୍ୟରେ ଲାଗୁ ହେବ ନାଇଟ୍‍ କର୍ଫ୍ୟୁ । ୧୦ ଦିନିଆ ନାଇଟ କର୍ଫ୍ୟୁ କଟକଣା ଲଗାଇବାକୁ କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି । ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ କରାଯିବ । ଏହି ସମୟରେ ଜାରି ରହିବ ୧୪୪ ଧାରା । ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି ।

ନୂଆବର୍ଷ ଓ ଜିରୋ ନାଇଟ୍‍ ସେଲିବ୍ରେସ ଉପରେ ମଧ୍ୟ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ଜନସମାଗମ ଓ ଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଷ୍ଟୁରାଣ୍ଟ, ବାର, ହୋଟେଲ ଓ ପବଗୁଡ଼ିକ ଏଣିକି ୫୦% କ୍ଷମତାର ସହ କାର୍ୟ୍ୟକ୍ଷମ ହେବ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories