www.samajalive.in
Sunday, December 14, 2025
23.1 C
Bhubaneswar

ନୂଆବର୍ଷରୁ ମହଙ୍ଗା ହେବ ଖାଇବା ତେଲ ସହ ଏହି ସବୁ ଜିନିଷ

ନୂଆଦିଲ୍ଲୀ: ଆସନ୍ତା ନୂଆବର୍ଷ ଅର୍ଥାତ୍‍ ଜାନୁଆରୀ-୧ରୁ ପୁଣି ବଢ଼ିବ ଖାଇବା ତେଲ ଦର । ଖାଇବା ତେଲ ସହ ବିସ୍କୁଟ, କାର୍‍, ଏସି, ୱାସିଂମେସିନ୍‍ ଭଳି ଜିନିଷର ଦାମ୍‍ ଅହେତୁକ ବୃଦ୍ଧି ହୋର ସମ୍ଭାବନା ରହିଛି । ଚଳିତ ବର୍ଷ କମ୍ପାନୀଗୁଡିକ ଉତ୍ପାଦର ମୂଲ୍ୟକୁ ଦୁଇରୁ ତିନି ଗୁଣ ବୃଦ୍ଧି କରିଛନ୍ତି । ହେଲେ ପୁନର୍ବାର ଦ୍ରବ୍ୟର ମୂଲ୍ୟ ୨ରୁ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ସୂଚନା ଦେଇଛନ୍ତି କମ୍ପାନୀ । ସବୁଠୁ ବଡ଼କଥା ହେଉଛି ବଜାରରେ ଖାଇବା ତେଲର ଦାମ୍‍ ଆକାଶ ଛୁଆଁ ହୋଇଥିବା ବେଳେ, କମ୍ପାନୀ ଗୁଡ଼ିକ ମାର୍ଜିନ ଉପରେ ଚାପ ହେତୁ ପୁଣି ଉତ୍ପାଦନର ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

କାର୍ ଠାରୁ ଆରମ୍ଭ କରି ରନ୍ଧନ ତେଲ ପର୍ୟ୍ୟନ୍ତ ନୂଆ ବର୍ଷରେ ମହଙ୍ଗା ହେବାକୁ ଯାଉଛି । ଆଗାମୀ ଦିନରେ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଏପର୍ୟ୍ୟନ୍ତ କମ୍ପାନୀଗୁଡିକ ଉତ୍ପାଦର ମୂଲ୍ୟକୁ ଅତି କମରେ ଦୁଇରୁ ତିନି ଗୁଣ ବୃଦ୍ଧି କରିଛନ୍ତି । ପୁନର୍ବାର ଦ୍ରବ୍ୟର ମୂଲ୍ୟ ୨ ରୁ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ଗୋଟିଏ ପଟେ ଇନପୁଟ୍ ଏବଂ ଲୋଜିଷ୍ଟିକ୍ ମୂଲ୍ୟ ବୃଦ୍ଧି ହୋଇଛି। ଅନ୍ୟପଟେ ଦ୍ରବ୍ୟର ସପ୍ଲାଏକୁ ନେଇ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ କମ୍ପାନୀଗୁଡିକ ଆସନ୍ତା ତିନିମାସ ମଧ୍ୟରେ ଉତ୍ପାଦ ମୂଲ୍ୟ ୪ରୁ ୧୦ ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି ।

- Advertisement -

ଅନ୍ୟପଟେ, ଇଲେକ୍ଟ୍ରୋନିକ୍ କମ୍ପାନୀଗୁଡିକ ଚଳିତ ମାସରେ ମୂଲ୍ୟ ୩ରୁ ୫ ପ୍ରତିଶତ ବୃଦ୍ଧି କରିସାରିଛନ୍ତି । ଆଗକୁ ଏସି, ୱାସିଂମେସିନ୍‍, ରେଫ୍ରିଜେଟର ମୂଲ୍ୟ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ଏହା ଆସନ୍ତା ମାସରୁ ୬ରୁ ୧୦ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ମୂଲ୍ୟ ବୃଦ୍ଧି କରିବାକୁ ନେଇ ମଧ୍ୟ ପଛରେ ପଡ଼ି ନାହାନ୍ତି କାର୍‍ ନିର୍ମାତା ମାନେ । ଚଳିତ ବର୍ଷ କାର୍‍ ମୂଲ୍ୟକୁ ଅନେକ ଥର ବୃଦ୍ଧି କରାଯାଇଛି। ଶିଳ୍ପ ସହିତ ଜଡିତ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଆଗାମୀ ଦିନରେ କାରଗୁଡିକ ମହଙ୍ଗା ହୋଇପାରେ । କାରଣ ଏପର୍ୟ୍ୟନ୍ତ ଅଟୋ କମ୍ପାନୀ ଗୁଡିକ ଇସ୍ପାତର ମୂଲ୍ୟ ବୃଦ୍ଧି ସହି ଆସୁଛନ୍ତି।

ଭେଟେରାନ ଏଫଏମସିଜି କମ୍ପାନୀ ଡାବର ଏନେଇ ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ଡାବର କହିଛି ଏହା ମୂଲ୍ୟକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ଆଉ ଆଗକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଚାହୁଁଛି । କମ୍ପାନୀର ସିଇଓ ମୋହିତ ମଲହୋତ୍ରା କହିଛନ୍ତି, ମୁଦ୍ରାସ୍ଥିତି ହାର ଯଦି କମ୍‍ ନହୁଏ ତେବେ ଆଗକୁ ଆମେ ପୁଣି ଥରେ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବୁ। ଖାଲି ସେତିକି ନୁହେଁ, ହିନ୍ଦୁସ୍ତାନ ୟୁନିଲିଭର, ବ୍ରିଟାନିଆ ସମେତ ଅନେକ ଏଫଏମସିଜି କମ୍ପାନୀ ନିଜର ଦ୍ରବ୍ୟ ଉପରେ ମୂଲ୍ୟ ୫ରୁ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି । ବିସ୍କୁଟ ନିର୍ମାତା ପାର୍ଲ ପ୍ରଡକ୍ଟର ବରିଷ୍ଠ ବର୍ଗର ମୁଖ୍ୟ କୃଷ୍ଣାରାଓ ବୁଦ୍ଧ କହିଛନ୍ତି, “ମୂଲ୍ୟ ବୃଦ୍ଧି ସତ୍ତେ ମାର୍ଜିନ ହ୍ରାସ ପାଇଛି। ଏବଂ କଞ୍ଚାମାଲର ଅଭାବ ମଧ୍ୟ ରହୁଛି । ତେଣୁ ଆମକୁ ଉତ୍ପାଦିତ ମୂଲ୍ୟ ଊପରେ ଆଉ ୪ରୁ ୫% ଦାମ୍‍ ବୃଦ୍ଧି କରିବାକୁ ହେବ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories