www.samajalive.in
Monday, December 8, 2025
13.1 C
Bhubaneswar

ଇସ୍ରୋ ଗୁଇନ୍ଦାଗିରି ମାମଲା: ବୈଜ୍ଞାନିକଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ଦୋଷମୁକ୍ତ ହୋଇଥିବା ତଥା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ପ୍ରାକ୍ତନ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ନାମ୍ବି ନାରାୟଣନଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗରେ ଫସେଇ ଥିବା କେରଳର ପୁଲିସ ଅଧିକାରୀଙ୍କ ଅଭିପ୍ରାୟ ସମ୍ପର୍କରେ ତଦନ୍ତ ପାଇଁ ନ୍ୟାୟିକ କମିଟି ଗଠନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ଏହି କମିଟିରେ କେନ୍ଦ୍ର ଓ କେରଳ ସରକାରଙ୍କ ସଦସ୍ୟ ରହିବେ। କମିଟିର ଅଧ୍ୟକ୍ଷତା ପ୍ରାକ୍ତନ ସୁପ୍ରିମକୋର୍ଟ ବିଚାରପତି ଡିକେ ଜେନସ୍‍ କରିବେ। ପୂର୍ବରୁ ନାମ୍ବି ନାରାୟଣନଙ୍କ ଆବେଦନ ଉପରେ ହୋଇଥିବା ଶୁଣାଣି ପରେ ସୁପ୍ରିମ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ନାମ୍ବି ନାରାୟଣନ ତାଙ୍କ ଆବେଦନରେ କେରଳର ପ୍ରାକ୍ତନ ଡିଜିପି ସିବି ମ୍ୟାଥୁ ଓ ଅନ୍ୟମାନଙ୍କ ନାମରେ ପଦକ୍ଷେପ ପାଇଁ ଗୁହାରୀ କରିଥିଲେ। କାରଣ ସିବି ମ୍ୟାଥୁ ଏହି ଗୁଇନ୍ଦାଗିରି ମାମଲାର ତଦନ୍ତ କରିଥିଲେ। ଏହି ମାମଲାରେ ନାମ୍ବି ନାରାୟଣନଙ୍କୁ କେରଳ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ସିବି ମ୍ୟାଥୁ ଓ ଅନ୍ୟ ଦୁଇ ପୁଲିସ ଅଧିକାରୀ ଅବସର ହୋଇ ଯାଇଥିବାରୁ ସେମାନଙ୍କ ଉପରେ ତଦନ୍ତର ଆବଶ୍ୟକତା ନାହିଁ ବୋଲି କେରଳ ହାଇକୋର୍ଟ କହିଥିଲେ।
ନାମ୍ବି ନାରାୟଣନ କେରଳ ଉଚ୍ଚ ନ୍ୟାୟାଳୟର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନାମ୍ବି ନାରାୟଣନଙ୍କୁ ଗିରଫ ପାଇଁ ଉପରୋକ୍ତ ପୁଲିସ ଅଧିକାରୀ ଦାୟୀ ବୋଲି ସିବିଆଇ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲା।
୧୯୯୮ରେ ସୁପ୍ରିମ କୋର୍ଟ ଏହି ମାମଲାରେ ନାମ୍ବି ନାରାୟଣନଙ୍କୁ ନିର୍ଦୋଷ ଘୋଷଣା କରିବା ସହିତ ତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କେରଳ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ପରେ ବୈଜ୍ଞାନିକ ନାମ୍ବି ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଦ୍ୱାରସ୍ଥ ହେବା ସହ ରାଜ୍ୟ ସରକାରଙ୍କଠାରୁ ଅଧିକ କ୍ଷତିପୂରଣ ଦାବି କରିଥିଲେ। ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ନାମ୍ବି ନାରାୟଣନଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ  ରାଜ୍ୟ ରକାରଙ୍କୁ ନିର୍ଦେଶ ଦେଇଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories