www.samajalive.in
Sunday, December 14, 2025
26.1 C
Bhubaneswar

ଦେଶରେ ଆଉ ୭ହଜାର ୧୮୯ କରୋନା ପଜିଟିଭ୍‍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭ହଜାର ୧୮୯ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଆଉ ୩୮୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଗୋଟିଏ ଦିନରେ ୭ହଜାର ୨୮୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଦେଶରେ ମୋଟ୍‍ ଆକ୍ଟିଭ୍‍ କେସ୍‍ ରହିଛି ୭୭ହଜାର ୩୨ । ସେହିପରି ଦେଶରେ ମୋଟ୍‍ ୩କୋଟି ୪୨ ଲକ୍ଷ ୨୩ହଜାର ୨୬୩ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୪ଲକ୍ଷ ୭୯ହଜାର ୫୨୦ରେ ପହଞ୍ଚିଛି । ଅନ୍ୟପଟେ ଦେଶର ଅନକେ ରାଜ୍ୟରେ କାୟା ବିସ୍ତାର କଲାଣି ଓମିକ୍ରନ ଭୂତାଣୁ । ଦେଶରେ ମୋଟ୍‍ ଓମିକ୍ରନ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଟିକାକରଣକୁ ଗୁରୁତ୍ୱଦେଉଛନ୍ତି । ବିଭିନ୍ନ ରାଜ୍ୟରେ ଟିକାକରଣ କରାଯାଉଥିବା ବେଳେ, କେନ୍ଦ୍ର ସରକାର ଟିକାକରଣ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଏଯାଏ ମୋଟ୍‍ ୧୪୧ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ସରିଲାଣି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories