www.samajalive.in
Thursday, December 11, 2025
18.1 C
Bhubaneswar

ଚାନ୍ଦବାଲି ତହସିଲିଦାରଙ୍କ ମାରାଥନ ଚଢଉ : ୨ ମଟରଚାଳିତ ବୋଟ ଓ ୧ ଟ୍ରାକ୍ଟର ଜବତ

ଦୋହରା ଛକ ନିକଟରେ ୩ଟି ଇଟାଭାଟି ଉପରେ ଚଢଉ ; ଲକ୍ଷାଧିକ ଟଙ୍କାର ବେଆଇନ ଇଟା ଜବତ, ଆରଡି ଫାଣ୍ଡିରେ ମାମଲା ରୁଜୁ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୀମାନ୍ତବର୍ତ୍ତୀ ଅଞ୍ଚଳ ବୋଡକ ଗାଁ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ ସମୟରେ ଗୁରୁବାର ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାର ଅଚାନକ ଚଢଉ କରିବା ସହ ୨ଟି ମଟରଚାଳିତ ବୋଟ ଓ ଗୋଟିଏ ଟ୍ରାକ୍ଟର ଜବତ କରିଥିଲେ । ଏହି ଚଢଉ ବେଳେ କିଛି ଅସାଧୁ ବ୍ବ୍ୟବସାୟୀ ଦୌଡି ପଳାଇବାରୁ ବୋଟ ଓ ଟ୍ରାକ୍ଟର ମାଲିକଙ୍କ ଉପରେ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ଜରିମାନା ପାଇଁ ନଟକା ଜାରୀ କରିଥିଲେ । ଏଥିସହ ତାଙ୍କ ନାଁରେ ଆରଡି ଫିଣ୍ଡିରେ ଏକ ମାମଲା ରୁଜୁ କରାଯାଇଥିବା ଆରଡି ରାଜସ୍ବନୀରିକ୍ଷକ ଦେବାଶିଷ ରାୟ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତାର ଦୋହରା ଛକ ନିକଟରେ ଦୀର୍ଘବର୍ଷ ହେବ ବେଆଇନ ଇଟାଭାଟି ବାବଦରେ ସ୍ଥାନୀୟ ଲୋକ ଅଭିଯୋଗ କରି ଆସୁଥିଲେ। ହେଲେ ଗୁରୁବାର ତହସିଲିଦାର ଶ୍ରୀ ସୁତାର ଅଚାନକ ଭାବେ ୩ଟି ଇଟାଭାଟି ଉପରେ ଚଢାଉ କରିବା ସହ ଲକ୍ଷାଧିକ ଟଙ୍କାର ଇଟା ଜବତ କରା ଯାଇଥିବା ଶ୍ରୀ ରାୟ ପ୍ରକାଶ କରିଛନ୍ତି ।  ସୂଚନା ଅନୁଯାୟୀ ଆରଡି ନିକଟସ୍ଥ ମୁଆଁ ଠାରୁ ବୋଡକ, ଦୋହରାପାଟଣା ଓ ସୁନ୍ଦରପୁର ପ୍ରର୍ଯ୍ୟନ୍ତ କେତେକ ପ୍ରଭାବଶାଳୀ ବ୍ୟକ୍ତି ରାଜସ୍ବ ଫାଙ୍କି ବେଆଇନ ଭାବେ ବାଲି ଉତ୍ତୋଳନ କରିବା ସହ ଟ୍ରାକ୍ଟର ଦ୍ବାରା ଚଢା ଦରରେ ବିକ୍ରି କରି ମାଲାମାଲ ହେଉଥିବା ନେଇ ବହୁ ବାର ସ୍ଥାନୀୟ ଲୋକ ଅଭିଯୋଗ କରି ଆସୁଥିଲେ । ଏଥିପୂର୍ବରୁ ଚଢାଉ କରାଯାଇଥିଲେ ମଧ୍ୟ ନିର୍ଭୟ ଭାବେ ଅସାଧୁ ବାଲି ମାଫିଆମାନେ ବୈତରଣୀ ନଦୀ ପଠାରୁ ଲୋକ ଲଗାଇ ପ୍ରତିଦିନ ମଟର ଚାଳିତ ବୋଟରେ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରୁଥିଲେ । ଗୁରୁବାର ଚାନ୍ଦବାଲି ତହସିଲିଦାରଙ୍କ ଚଢଉ ପରେ ବାଲି ମାଫିଆମାନେ ଭୟରେ ଛତ୍ରଭଙ୍ଗ ଦେଇଛନ୍ତି । ସେହିପରି ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ପାର୍ଶ୍ବରେ ବେଆଇନ ଇଟାଭାଟିର ଧୂଆଁ ଯୋଗୁ ପଥଚାରୀ ନାନା ଅସୁବିଧାର ସମୁଖିନ ହେବା ସହ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି । ତହସିଲିଦାରଙ୍କ ଅଚାନକ ଚଢଉ ପରେ ସମସ୍ତ ଇଟାଭାଟି ବନ୍ଦ ରହିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories